ନୂଆଦିଲ୍ଲୀ : ୬୦୦ ଫୁଟ ଉଚ୍ଚରେ ଉଡୁଥିଲା ବିମାନ । ଜଣେ ଯାତ୍ରୀ ବିମାନର ଜରୁରୀକାଳିନ ଦ୍ୱାର (ଏମର୍ଜେନ୍ସି ଡୋର) ଖୋଲି ଦେଇଥିଲେ ।ସାଉଥ କୋରିଆ ଏସିଆନା ଏୟାରଲାଇନ୍ସ ଇ୩୨୧ ବିମାନ ର ଝରକା ଖୋଲିଦେଇଥିଲେ ଯାତ୍ରୀ । ବିମାନ ଉଡୁଥିଲା ପ୍ରାୟ ୨୦୦ ମିଟର ବା ୬୦୦ ଫୁଟ ଉପରେ । ଜରୁରୀକାଳିନ ଦ୍ୱାର ଖୋଲି ଯିବାରୁ ବିମାନରେ ପ୍ରଚଣ୍ଡ ଶବ୍ଦରେ ପବନ ପ୍ରବେଶ କରିଥିଲା । ବିମାନ ଭିତରେ ଥିବା ଜିନିଷମାନ ଉଡିବାକୁ ଲାଗିଥିଲା । ବିମାନରେ ଥିବା ଲୋକେ ଠିକଭାବେ ନିଶ୍ୱାଃସ ନେଇ ପାରିନଥିଲେ । ବିମାନରେ ଏହି ସମୟରେ ୧୯୪ ଜଣ ଯାତ୍ରୀ ଯାତ୍ରା କରୁଥିଲେ ।
ଏହାଫଳରେ ୯ ଜଣ ବୃଦ୍ଧ ଓ ଶିଶୁ ଆହତ ହୋଇଥିଲେ । ବିମାନଟି ଅବତରଣ ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଯାତ୍ରୀମାନେ ସେତେଟା ଗୁରୁତର ହୋଇ ନଥିବା ଜଣାଯାଇଛି । ପୋଲିସ ୪୪ ବର୍ଷ ବୟସ୍କ ଏହି ବ୍ୟକ୍ତିକୁ ଗିରଫ କରିଛି ।ଏହି ସମୟରେ ଜଣେ ଯାତ୍ରୀ ବିମାନର ଦୃଶ୍ୟ ମୋବାଇଲରେ ରେକଡିଂ କରି ଦେଇଥିଲେ । ସେହି ଭୟଙ୍କର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । କେଉଁଥି ପାଇଁ ମଝି ଆକଶରେ ଦ୍ୱାର ଖୋଲିଲେ ସେ ସମ୍ପର୍କରେ ଜଣାପଡିନାହିଁ । ପୋଲିସ ତଦନ୍ତ ଜାରି ରହିଛି ।
୬୦୦ ଫୁଟ ଉଚ୍ଚରେ ଉଡୁଥିଲା ବିମାନ,ଖୋଲିଦେଲେ ଝରକା , ୯ ଯାତ୍ରୀ ଆହତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











