The Ultimate Managed Hosting Platform
ADVERTISEMENT

ଆଜି ଆପଣଙ୍କ ରାଶିରେ (ତା.୨୫-୦୪-୨୦୨୩ ରିଖ (ମଙ୍ଗଳବାର)

Facebook
Twitter
LinkedIn

ମେଷ~ଆଜି ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ କଥା କଟାକଟିଜନିତ ମତାନ୍ତର ଆଶଙ୍କା ରହିଛି । ଅବଶ୍ୟ ପରକ୍ଷଣରେ ଅନ୍ୟାନ୍ୟ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ ସମାଧାନ ହୋଇପାରେ। ଯାତ୍ରା, କର୍ମାରମ୍ଭ ଓ ଆନୁଷ୍ଠାନିକ କ୍ଷେତ୍ର ପାଇଁ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ । ସାମାଜିକ ସ୍ତରରେ ପଡ଼ୋଶୀ ପରାମର୍ଶ ଲୋଡ଼ିପାରନ୍ତି।

ବୃଷ~ଆଜି ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ଏବଂ ଚେଷ୍ଟା କରୁଥିବା କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । କିନ୍ତୁ ସାଧାରଣ କଥାରେ କୌଣସି ବିଜାତୀୟ ବ୍ୟକ୍ତିଙ୍କ ସହ କଳହ ଘଟିପାରେ। ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟରେ ଆଂଶିକ ସଫଳତା ପାଇବେ । କୌଣସି ମୂଲ୍ୟବାନ୍‌ ଜିନିଷ କିଣିବା ସକାଶେ ମନ ବଳାଇପାରନ୍ତି।

ମିଥୁନ~ମାନସିକ ସ୍ତରରେ ବ୍ୟଗ୍ରତା ଓ ଅସ୍ଥିରତା ଆଜିର ମୁଖ୍ୟ ସମସ୍ୟା ହେବ । କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ରପ୍ତାନି କାରବାରରେ କଳହ କିମ୍ବା ବନ୍ଧୁଙ୍କ ସହ ମତାନ୍ତର ଏହାର କାରଣ ହୋଇପାରେ। ଗତକାଲିଠାରୁ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯିବ। ସାହାଯ୍ୟକରି ସମାଲୋଚିତ ହେବାକୁ ପଡ଼ିପାରେ ।

କର୍କଟ~କର୍ମକ୍ଷେତ୍ରରେ ପ୍ରତିବନ୍ଧକ ମଧ୍ୟରେ ଗତିକରି କାର୍ଯ୍ୟ ହାସଲରେ ବିଫଳ ହେବେ । ସମାଲୋଚନା, ବନ୍ଧୁଙ୍କ ନିନ୍ଦା ଗାନ ଶୁଣି ମଧ୍ୟ ନୀରବ ରହିବେ । ରକ୍ତଚାପ ବୃଦ୍ଧି ପାଇବା କାରଣରୁ ଚିଡ଼ି ଚିଡ଼ି ହୋଇପାରନ୍ତି । ବ୍ୟବସାୟ, ନିର୍ମାଣ ଓ ପ୍ରଶାସନିକ ସ୍ତରରେ ଚେଷ୍ଟା କରୁଥିବା କାମରେ ସଫଳତା ହାସଲକରି ପ୍ରଶଂସିତ ହେବେ ।

ସି˚ହ~ଆଜି ସକାଳୁ କାର୍ଯ୍ୟକ୍ଷେତ୍ରକୁ ଶୀଘ୍ର ଯିବାକୁ ଆହ୍ବାନ ଆସିପାରେ। ଜଞ୍ଜାଳ ଏତେ ମାତ୍ରାରେ ବଢ଼ିଯିବ ଯେ ସାମାନ୍ୟ ଫୁର୍‌ସତ୍‌ ପାଇବେ ନାହିଁ। ବିଭିନ୍ନ ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ମାନସିକ ସ୍ଥିତି ଠିକ୍‌ ରହି ନ ପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ହୋଟେଲ, ଯାନ୍ତ୍ରିକ ଶିଳ୍ପ ଓ ପରିବହନରେ ସଫଳତା ମିଳିବ ।

କନ୍ୟା~ପରିବାରର ଅଶାନ୍ତ ପରିସ୍ଥିତି, ବନ୍ଧୁଙ୍କ ଅନୁଚିତ କାର୍ଯ୍ୟକଳାପ ଦୁଶ୍ଚିନ୍ତାର କାରଣ ହେବ। ମନ ଭଲ ନ ଥିବାରୁ ସଂଯମ ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପଡ଼ିବେ। ବ୍ୟବସାୟିକ କ୍ଷେତ୍ର, ନିର୍ମାଣ କାର୍ଯ୍ୟ, କଚେରି ମାମଲା ଦିଗରୁ ଆଶ୍ୱସ୍ତି ଲାଭର ସୂଚନା ପାଇବେ । ଅନ୍ୟମନସ୍ଥତା କେତେକ ବ୍ୟତିକ୍ରମର କାରଣ ପାଲଟିଯାଇପାରେ ।

ତୁଳା~ଆଜି ଯାହା ଚାହୁଁଛନ୍ତି ତାହା କରିପାରିବେ, ପ୍ରତିବନ୍ଧକ ବିନା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ଜମିଜମା କିମ୍ବା ନିର୍ମାଣ ଓ ସାଙ୍ଗଠନିକ କ୍ଷେତ୍ରରେ ବିତର୍କର ସମ୍ଭାବନା ରହିଛି। ଯାନବାହନ ଚାଳନାରେ ସତର୍କ ନ ରହିଲେ ଅସୁବିଧାର ସମ୍ମୁଖୀନ ହେବେ । ଆନୁଷ୍ଠାନିକ କ୍ଷେତ୍ରରେ ବ୍ୟବହାରିକ ବ୍ୟତିକ୍ରମ ବାଧା ସୃଷ୍ଟି କରିପାରେ ।

ବିଛା~ନିର୍ଦ୍ଦିଷ୍ଟ ସମୟରେ ଆପଣଙ୍କ ଅନୁପସ୍ଥିତି ପାଇଁ କୈଫିୟତ ଦେବାକୁ ପଡ଼ିପାରେ । ଆସିବା ବାଟକୁ ଚାହିଁ ବସିଥିବା ବନ୍ଧୁଟି ବିରକ୍ତି ପ୍ରକାଶ କରିବ। ପୂର୍ବର ଅସୁବିଧାଜନକ ସମୟ କ୍ରମଶଃ ବଦଳିଯିବ ଓ ବନ୍ଧୁ ମାନେ ସହଯୋଗର ହାତ ବଢ଼ାଇବେ। ତଥାପି ଜ୍ୟେଷ୍ଠା ନକ୍ଷତ୍ରର ଆକସ୍ମିକ ଭାବରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ।

ଧନୁ~ପାରିବାରିକ ସମସ୍ୟାରୁ ଅଧିକାଂଶ ସମୟ ଅନ୍ୟମନସ୍କ ରହିବେ। ମାନସିକ ଅସ୍ଥିରତା ମଧ୍ୟରେ ପଡ଼ୋଶୀମାନେ ସାଧାରଣ କଥାରେ ମଧ୍ୟ କଳହ କରିବେ । ଆର୍ଥିକ ସ୍ଥିତି ଭଲ ରହିବ ଏବଂ ମୂଲ୍ୟବାନ୍‌ ଜିନିଷ ଖରିଦ କରିପାରନ୍ତି। ଆମତ୍ୀୟମାନେ ଆପଣଙ୍କ କାର୍ଯ୍ୟକୁ ପସନ୍ଦ ନ କଲେ ମଧ୍ୟ ମୁହଁ ଆଗରେ କିଛି କହିବେ ନାହିଁ।

ମକର~କର୍ମକ୍ଷେତ୍ରରେ ଘଟିଯାଇଥିବା ଯେଉଁ ବ୍ୟତିକ୍ରମ ପାଇଁ ଝମେଲାର ଆଶଙ୍କା କରୁଛନ୍ତି ସେମିତି କିଛି ହେବ ନାହିଁ। ପାରିବାରିକ କ୍ଷେତ୍ରରେ ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ସଭାସମିତିରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇଁ ମନୋବଳ ବୃଦ୍ଧି ପାଇବ। ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ ।

କୁମ୍ଭ~ବୁଝାମଣା ଠିକ୍‌ ରହିବା ହେତୁ ବିବାଦ ଅପସରିଯିବ ଓ କାମ ମଧ୍ୟ ସନ୍ତୋଷଜନକ ରହିବ । ତଥାପି ପିଲା ମାନଙ୍କ ସକାଶେ କୌଣସି ବ୍ୟକ୍ତିଙ୍କ ସହ ତର୍କର ସମ୍ମୁଖୀନ ହୋଇପାରନ୍ତି । ବ୍ୟବସାୟ, ବାଣିଜ୍ୟ ଓ କଳା, ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ । ପାରିବାରିକ କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ ।

ମୀନ~ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ସୁସ୍ଥତା କେତେକାଂଶରେ ବାଧାପ୍ରାପ୍ତ ହେବ । ପାରିବାରିକ ସଦ୍‌ଭାବ ମନକୁ ବୁଝାଇବାରେ ସାହାଯ୍ୟ କରିବ। ବନ୍ଧୁ ଗହଣରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ । କାରଣ ଅଯଥା ମନାନ୍ତର ସୃଷ୍ଟି ହୋଇପାରେ । ପୁନଶ୍ଚ କର୍ମକ୍ଷେତ୍ରରେ ମଧ୍ୟ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍‌ ହେବ ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login