The Ultimate Managed Hosting Platform
ADVERTISEMENT

Facebook
Twitter
LinkedIn

୨ କୋଟି ଟପିଲା ଦ୍ୱିତୀୟ ଡୋଜ୍ ନେଇଥିବା ହିିତାଧିକାରୀଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ ଡୋଜ୍ ନେଇଥିବା ହିତାଧିକାରୀଙ୍କ ସଂଖ୍ୟା ୨ କୋଟି ଟପିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ କୋଟି ୩୪ ହଜାର ୫୦୮ ଦ୍ୱିତୀୟ ଡୋଜ୍ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରଥମ ଡୋଜ୍ ୨କୋଟି ୮୯ ଲକ୍ଷ ୯୬ହଜାର ୯୪୪ ଜଣ ଲୋକଙ୍କୁ ଦିଆଯାଇଛି।ତେବେ ରାଜ୍ୟରେ ସର୍ବମୋଟ୍ ୪କୋଟି ୯୦ଲକ୍ଷ ୩୧ହଜାର ୪୫୨ ଜଣ ଲୋକଙ୍କୁ ଡୋଜ୍ ଦିଆଯାଇଛି । ରାଜ୍ୟରେ ପ୍ରାୟ ୬୦ଲକ୍ଷ ଲୋକ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ନେବା ବାକି ରହିଛି । ଶତ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍ ନେଇଥିବା ବେଳେ ୯୨ ପ୍ରତିଶତ ଦ୍ୱିତୀୟ ଡୋଜ୍ ନେଇଛନ୍ତି । ଅନ୍ୟପଟେ ୪୫ବର୍ଷରୁ ଊର୍ଦ୍ଧ୍ୱ ବର୍ଗରେ ୯୨ ପ୍ରତିଶତ ପ୍ରଥମ ଡୋଜ୍ ଏବଂ ୮୯ ପ୍ରତିଶତ ଦ୍ୱିତୀୟ ଡୋଜ୍ ନେଲେଣି । ସେହିପରି ୪ଲକ୍ଷ ୨୩ହଜାର ୫୭୫ ଜଣ ଗର୍ଭବତୀଙ୍କୁ ଟିକା ଦିଆଯାଇଛି ବୋଲି ସୂଚନା ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନବୀନଙ୍କ ଭିଡିଓକୁ ପ୍ରଶ୍ନକଲା ବିଜେପି

କେବଳ ଲମ୍ବା ଭାଷଣ , ବଡ ଆଡଭରଟାଇଜମେଣ୍ଟରେ ବିକାଶ ହୁଏନି ; ନବୀନ

ଭୁବନେଶ୍ୱର : ବିଜେଡିର ଜନଜାଗରଣ କାର୍ଯ୍ୟକ୍ରମରେ ସରକାରଙ୍କୁ ଟାର୍ଗେଟ । ବର୍ଷକର କାର୍ଯ୍ୟକ୍ରମକୁ ନେଇ ଟାର୍ଗେଟ କଲେ । କୁହାଯାଉଛି ଲୋକଙ୍କ ସରକାର , କିନ୍ତୁ କାହାନ୍ତି...

ADVERTISEMENT

Login