The Ultimate Managed Hosting Platform
ADVERTISEMENT

5G ନିଲାମରେ ମୁହାଁମୁହିଁ ହେବେ ଦେଶର ଦୁଇ ଦିଗ୍ଗଜ ବ୍ୟବସାୟୀ ଅମ୍ବାନୀ ଓ ଆଡାନୀ

Facebook
Twitter
LinkedIn

ଉଦ୍ୟୋଗପତି ମୁକେଶ ଅମ୍ବାନୀ  ଓ ଗୌତମ ଆଡାନୀ ଦୀର୍ଘ ବର୍ଷରୁ ସେମାନଙ୍କ ବ୍ୟବସାୟୀକ ସାମ୍ରାଜ୍ୟ  ବିସ୍ତାରରେ ଲାଗିଛନ୍ତି। ତେବେ ସେମାନେ କେହି କାହା ରାସ୍ତାରେ ଏପର୍ଯ୍ୟନ୍ତ ଆସି ନଥିଲେ। ଏଣୁ ଦେଶର ଦୁଇ ପ୍ରମୁଖ ଉଦ୍ୟୋଗପତିଙ୍କ ମଧ୍ୟରେ ସିଧାଶଳଖ ବ୍ୟବସାୟୀକ ପ୍ରତିଦ୍ୱନ୍ଦ୍ୱୀତା ହେଉ ନଥିଲା। ତେବେ ଚଳିତ ମାସ ଶେଷରେ  ହେବାକୁ ଯାଉତିବା ଫାଇଭ-ଜି ଦୂରସଞ୍ଚାର ସେବା ନିମନ୍ତେ ସ୍ପେକ୍ଟ୍ରମ ନିଲାମରେ ଦୁଇ ଦିଗ୍ଗଜ ଇଣ୍ଡଷ୍ଟ୍ରିଆଲ ହାଉସ ମୁହାଁମୁହିଁ ହେବେ ବୋଲି ଜଣାପଡିଛି।

ଆଡାନୀ ସମୂହ ଦୂରସଞ୍ଚାର ସ୍ପେକ୍ଟ୍ରମ ହାସଲ ଦୌଡରେ ଭାଗ ନେବେ ବୋଲି ଖୋଲାଖୋଲି ଘୋଷଣା କରିଛନ୍ତି। ତେବେ ହାସଲ ସ୍ପେକ୍ଟ୍ରମକୁ  ଆଡାନୀ ସମୂହ ବିମାନ ବନ୍ଦରରୁ ଆରମ୍ଭ କରି ନିଜ ବ୍ୟବସାୟ ସମର୍ଥନରେ ଏକ ପ୍ରାଇଭେଟ ନେଟୱାର୍କ ରୂପେ ବ୍ୟବହାର କରିବ ବୋଲି କହିଛି। ଏ ନେଇ ଆଡାନୀ ସମୂହ ପକ୍ଷରୁ ଜାରି ବୟାନରେ ଆମେ ବିମାନ ବନ୍ଦର, ବନ୍ଦର, ଲଜିଷ୍ଟିକ୍, ବିଦ୍ୟୁତ ଉତ୍ପାଦନ, ଟ୍ରାନ୍ସମିସନ, ବିତରଣଓ ବିଭିନ୍ନ ମେନୁଫେକ୍ଚରିଂ କାର୍ଯ୍ୟରେ ବଢି ରହିଥିବା ସାଇବର ସୁରକ୍ଷା ସହିତ ପ୍ରାଇଭେଟ ନେଟୱାର୍କ ସମାଧାନ ଯୋଗାଇ ଦେବା ପାଇଁ ଫାଇଭ-ଜି ସ୍ପେକ୍ଟ୍ରମ ନିଲାମରେ ଭାଗ ନେବୁ ବୋଲି କହିଛନ୍ତି।

ଏହାର ଅର୍ଥ ସମୂହ ଉପଭୋକ୍ତା ମୋବାଇଲ ଟେଲିଫୋନ କ୍ଷେତ୍ରରେ ପ୍ରବେଶ କରିବ ନାହିଁ, ଯେଉଁଠି ଅମ୍ବାନୀଙ୍କ ରିଲାଏନ୍ସ ଜିଓ ସବୁଠୁ ବଡ଼ କମ୍ପାନୀ ଭାବେ ଏବେ ଛିଡା ହୋଇଛି। ଦୂରସଞ୍ଚାର କ୍ଷେତ୍ରର ୩ ଘରୋଇ କମ୍ପାନୀ ଜିଓ, ଏୟାରଟେଲ ଓ ଭୋଡାଫୋନ ଆଇଡିଆ ନିଲାମରେ ଅଂଶଗ୍ରହଣ କରିବାକୁ ଆବେଦନ କରିଛନ୍ତି। ଏଥିରେ ଚତୁର୍ଥ ଆବେଦନକାରୀ ଆଡାନୀ ଗ୍ରୁପ ଅଛନ୍ତି। ଆଡାନୀ ସମୂହ ନିକଟରେ ଲଙ୍ଗ ଡିଷ୍ଟାନ୍ସ ଏନଏଲଡି ଓ ଇଣ୍ଟରନ୍ୟାସନାଲ ଲଙ୍ଗଡିଷ୍ଟାନ୍ସ ଆଇଏନଏଲଡି ଲାଗି ଲାଇସେନ୍ସ ହାସଲ କରିଛନ୍ତି। ଦୂର ସଞ୍ଚାର ସ୍ପେକ୍ଟ୍ରମ ନିଲାମ ୨୬ ଜୁଲାଇ ୨୦୨୨ରେ ଅନୁଷ୍ଠିତ ହେବ। ଏଥିରେ ୪.୩ ଲକ୍ଷ କୋଟି ଟଙ୍କାର ୭୨,୦୯୭.୮୫ ମେଗାହର୍ଜ ସ୍ପେକ୍ଟ୍ରମ ନିଲାମ କରାଯିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login