ସମ୍ବଲପୁର: ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ମାମଲାରେ ଜଣେ ୧୭ ବର୍ଷୀୟ ନାବାଳକଙ୍କୁ ଗିରଫ କରାଯାଇଛି । ଏପରି ଏକ ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା ଖେତରାତପୁର ଥାନା ଅଞ୍ଚଳରେ ଘଟିଛି । ଘଟଣାରେ ନାବାଳିକାର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଛି ।
ଖବର ଅନୁଯାୟୀ, ଦୁଷ୍କର୍ମରେ ଶିକାର ହୋଇଥିବା ନାବାଳିକାଙ୍କ ବାପାଙ୍କର ଦୋକାନକୁ ନାବାଳକ ଜଣକୁ ପ୍ରତିଦିନ ଜିବା ଆସିବା କରୁଥିଲେ । ଏପରିଭାବେ ତାଙ୍କ ଘର ସହ ନାବାଳକର ଘନିଷ୍ଠନା ବଢ଼ିଥିଲା । ତେଣୁ ଅଭିଯୁକ୍ତ ନାବାଳକ ଜଣକ ନାବାଳିକା ଓ ତାଙ୍କ ଭାଇଙ୍କୁ ଖେଳିବାକୁ ଡ଼ାକି ନେଇଯାଇଥିଲା । ଏକୁଟିଆର ସୁଯୋଗ ନେଇ ନାବାଳକ ଜଣକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
Views: 90