The Ultimate Managed Hosting Platform
ADVERTISEMENT

ବାଙ୍ଗାଲୋର ଯିବି କହି ଘରୁ ଗଲେ ଯେ ହେଲେ ଆଜି ପର୍ଯ୍ୟନ୍ତ ମିଳୁନି ପତ୍ତା ।

Facebook
Twitter
LinkedIn

ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଞ୍ଚଳରେ ଦେଖାଯାଇଛି ଏକ ଅଭାବନୀୟ ଘଟଣା । ଗତ ୨୧ ତାରିଖ ଅପରାହ୍ନ ସମୟରେ ଏହି ଥାନା ଅଧିନ ଉତ୍ତଉକୁଳ ପଞ୍ଚାୟତ ପାରିପଦା ଗ୍ରାମର ଗୁରୁ ଚରଣ ଦାଶଙ୍କ ୩୪ ବର୍ଷିୟ ପୁଅ ସୋମନାଥ ସୁଦୂର ବାଙ୍ଗାଲୋର କାମ କରିବାକୁ ଯିବାକୁ କହି ଯାଇଛନ୍ତି ଯେ ଆଜି ପାର୍ଯ୍ୟନ୍ତ ତାଙ୍କର ପତ୍ତା ମିଳୁନାହିଁ । କେବଳ ଯିବା ଦିନ ରାତି ସମୟରେ ଫୋନ କରିଥିଲେ ଯେ ସେ କଟକ ରେଳ ଷ୍ଟେସନରେ ଖାଇକି ବସିଛନ୍ତି ଟ୍ରେନ୍ ଆସିଲେ ଯିବେ ।

ମାତ୍ର ଠିକ୍ ଏହାର ୫ ମିନିଟ୍ ପରେ ତାଙ୍କର ସାନ ଭାଇ ସୁଦର୍ଶନ ପୁଣି ସେହି ମୋବାଇଲକୁ କଲ୍ କରିଥିଲେ ସତ ମାତ୍ର ମୋବାଇଲ ସୁଇଚ୍ ଅଫ୍ ହୋଇ ସାରିଥିଲା । ଅନ୍ୟପକ୍ଷେ ସୋମନାଥ ମଧ୍ୟ ଠିକଣା ସ୍ଥାନରେ ପହଞ୍ôଚ ନାହାନ୍ତି । ଯାହାକୁ ନେଇ ପରିବାର ପକ୍ଷରୁ ବାରମ୍ବାର କଲ କରା ଯାଇଥିଲେ ସୁଦ୍ଧା ତାଙ୍କର ମୋବାଇଲ ୬୩୬୬୬୯୬୨୬୪ ସୁଇଚ୍ ଅଫ୍ ରହୁଥିବାରୁ ନିରାଶରେ ହୋଇଛନ୍ତି ପରିବାର ।

ଶେଷରେ ନିରୁପାୟ ହୋଇ ଗତ ୨୬ ତାରିଖରେ ବିଞ୍ଝାରପୁର ଥାନାରେ ଏକ ଅଭିଯୋଗ ସୁଦର୍ଶନ କରିଛନ୍ତି । ସୋମନାଥ ୫ ଫୁଟ ୬ ଇଞ୍ଚର ହୋଇଥିବା ବେଳେ ମଧ୍ୟମ ସ୍ୱାସ୍ଥ୍ୟ ଓ ଶ୍ୟାମଳ ବର୍ଣ୍ଣ ଅଟନ୍ତି । ଘରୁ ଯିବା ସମୟରେ ସୋମନାଥ ମାଟିଆ ରଙ୍ଗର ଏକ ଚେକ୍ ସାର୍ଟ ପିନ୍ଧିଥିବା ସହ ଏକ ଏୟାର ବ୍ୟାଗ ନେଇ ଯାଇଛନ୍ତି ।

ଅନ୍ୟପକ୍ଷେ ସୋମନାଥଙ୍କୁ ନେଇ ପରିବାର ଏବେ ଭାଙ୍ଗି ପଡିଛନ୍ତି । ଯଦି କୌଣସି ସହୃଦୟ ବ୍ୟକ୍ତି ସୋମନାଥଙ୍କ ସନ୍ଧାନ ପାଆନ୍ତି ତେବେ ମୋବାଇଲ ନଂ ୭୯୭୮୩୬୭୧୫୨ରେ ଯୋଗେଯାଗ କରିବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି ।
ବ୍ୟୁରୋ ରିପୋର୍ଟ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login