The Ultimate Managed Hosting Platform
ADVERTISEMENT

ବୁଧବାରଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

Facebook
Twitter
LinkedIn

ବୁଧବାରଠୁ ଆରମ୍ଭ ଦ୍ବିତୀୟ ପର୍ଯ୍ୟାୟ ମୌସୁମୀ ଅଧିବେଶନ । ଗୃହରେ ୧୦ଟି ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପିତ ହେବ । ୧୪-୨୯ ତାରିଖ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ। ଯେଉଁ ବିଭାଗର ଗୃହରେ ଆଲୋଚନା ହୋଇନପାରିବ ୨୯ ତାରିଖରେ ଗିଲୋଟିନରେ ପାରିତ ହେବ। ୩୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ। ଗୃହ କାର୍ଯ୍ୟ ଶୃଙ୍ଖଳିତ ଭାବେ ଚଳାଇବାକୁ ଅନୁରୋଧ କରିଛନ୍ତି ବାଚସ୍ପତି।

ପ୍ରଥମ ପର୍ଯ୍ୟାୟରେ କେବଳ ଗୋଟେ ଦିନ ପ୍ରଶ୍ନକାଳ ପ୍ରଭାବିତ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ କିପରି ପ୍ରଶ୍ନକାଳ ଶୃଙ୍ଖଳିତ ହେବ ସେ ନେଇ ପ୍ରୟାସ କରାଯିବ ବୋଲି ବାଚସ୍ପତି କହିଛନ୍ତି । ଦ୍ବିତୀୟ ପର୍ଯ୍ୟାୟରେ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ । ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ ଛାତ୍ରୀଙ୍କ ମା’ଙ୍କୁ ଉଠାଇ ନେବା, ଚାଷୀ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବ କଂଗ୍ରେସ ।

ସେପଟେ ବିଜେପି କହିଛି ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡିଛି । ମହିଳା ସୁରକ୍ଷିତ ନୁହେଁ, ଚୋରି, ଡକାୟତି ଚାଲିଛି। ଚାଷୀ ଆତ୍ମହତ୍ୟା ବଢୁଛି। ସରକାରୀ ତଥ୍ୟଠୁ ଅଧିକ ଚାଷୀ ଆତ୍ମହତ୍ୟା କରୁଛନ୍ତି । ସବୁ କ୍ଷେତ୍ରରେ ସରକାର ବିଫଳ। ରୁଚିକା ପ୍ରସଙ୍ଗ ବି ଉଠାଇବ ଦଳ। ଗୃହ କାର୍ଯ୍ୟ ଅଧିକ ସମୟ ଚାଲିବ ବୋଲି ଆଶା ରଖୁଛୁ । କିନ୍ତୁ ଗୁରୁତର ପ୍ରସଙ୍ଗକୁ ସରକାର ଏଡେଇଗଲେ ପ୍ରତିବାଦ କରାଯିବ ବୋଲି କହିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ।

ସରକାରୀ ଦଳ ମୁଖ୍ୟ ସଚେତକ କହିଛନ୍ତି, ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ମୁଖ୍ୟ ପର୍ଯ୍ୟାୟ । ବିଭାଗୱାରୀ ଖର୍ଚ୍ଚ ଦାବି ଆଲୋଚନା ହେବ । ଯାହା କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି ସେହି ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ଚାଲିବ । ବରୋଧୀ ଦଳ ଯେଉଁ ପ୍ରସଙ୍ଗ ଉଠାଇବେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ । ବିରୋଧୀ ଦଳ ମୁଲତବୀ ପ୍ରସ୍ତାବ ଆକାରରେ ଆଣିଲେ ଆଲୋଚନା କରାଯିବ ବୋଲି ସରକାରୀ ମୁଖ୍ୟ ସଚେତକ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login