The Ultimate Managed Hosting Platform
ADVERTISEMENT

ରାମ ନବମୀରେ ୬ ରାଜ୍ୟରେ ହିଂସାକାଣ୍ଡ : ଶୋଭାଯାତ୍ରା ବେଳେ ପଥର ମାଡ, ଜଣେ ମୃତ

Facebook
Twitter
LinkedIn

ରାମ ନବମୀ ଶୋଭା ଯାତ୍ରା ବେଳେ ଦେଶର ୬ଟି ରାଜ୍ୟରେ ହିଂସାକାଣ୍ଡ। ଗୁଜରାଟ, ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ମଧ୍ୟ ପ୍ରଦେଶରେ ଶୋଭାଯାତ୍ରାରେ ଉପଦ୍ରବକାରୀମାନେ ପଥରମାଡ କରିଥିଲେ। ଏହାଦ୍ବାରା ହିଂସାକାଣ୍ଡ ଆରମ୍ଭ ହୋଇଥିଲା। ଗୁଜରାଟରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀର ଜେଏନ୍‌ୟୁ କ୍ୟାମ୍ପସରେ ପୂଜା ବେଳେ ନନଭେଜ୍‌ ଖାଇବାକୁ ନେଇ ହଙ୍ଗାମା ହୋଇଛି। ଛାତ୍ରଙ୍କ ଉପରେ ଉପଦ୍ରବକାରୀମାନେ ଟେକାପଥର ମାଡ କରିଥିଲେ। ଏଥିରେ ବହୁ ଛାତ୍ର-ଛାତ୍ରୀ ଆହତ ହୋଇଛନ୍ତି। ଗୁଜରାଟର ସାବରକାଣ୍ଠା, ଆଣନ୍ଦ ଓ ଦ୍ବାରକାରେ ଉପଦ୍ରବକାରୀମାନେ ପ୍ରବଳ ହଙ୍ଗାମା କରିଥିଲେ। ସାବରକାଣ୍ଠାରେ ରାମନବମୀରେ ବିଶ୍ବ ହିନ୍ଦୁ ପରିଷଦ(ଏବିଭିପି)ର ଶୋଭା ଯାତ୍ରା ଉପରେ ଆକ୍ରମଣ ହୋଇଥିଲା। ବହୁ ଗାଡି ଓ ଦୋକାନକୁ ନିଆଁ ଲଗାଇ ଦେଇଥିଲେ ଉପଦ୍ରବକାରୀ। ଆଣନ୍ଦ ଜିଲ୍ଲାରେ ଶୋଭାଯାତ୍ରା ବେଳେ ପଥର ମାଡ ପରେ ହିଂସାକାଣ୍ଡ ଘଟିଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଦ୍ବାରିକାରେ ମଧ୍ୟ ଉପଦ୍ରବକାରୀମାନେ ରାମନବମୀ ଶୋଭାଯାତ୍ରାକୁ ଟାର୍ଗେଟ କରିଥିଲେ। ହଙ୍ଗାମାକୁ ନେଇ ପୋଲିସ ୧୫ ଜଣରୁ ଅଧିକ ଲୋକଙ୍କୁ ଗିରଫ କରିଛି। ତିନୋଟି ଜିଲ୍ଲାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ପଶ୍ଚିମବଙ୍ଗର ବାଙ୍କୁଡାରେ ରାମନବମୀ ଶୋଭାଯାତ୍ରାରେ ମଧ୍ୟ ହଙ୍ଗାମା ହୋଇଛି। ପଥର ମାଡ ପରେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ରୋକିବାକୁ ପୋଲିସ ଲାଠିଚାର୍ଜ କରିଥିଲା। ଏହି ମାମଲାରେ ୧୭ ଜଣଙ୍କୁ ଗିରଫ କରାଯାଇଛି। ଝାଡଖଣ୍ଡର ଲୋହରଦଗା ଜିଲ୍ଲାର ହିରହି ଭୋକ୍ତା ବଗିଚା ନିକଟରେ ରାମ ନବମୀ ଶୋଭାଯାତ୍ରାରେ ପଥରମାଡ ହୋଇଥିଲା। ଶୋଭାଯାତ୍ରାରେ ଥିବା ୧୫ ଜଣ ଏଥିରେ ଆହତ ହୋଇଛନ୍ତି।

ଦିଲ୍ଲୀର ଜେଏନୟୁରେ ରାମନବମୀ ପୂଜାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏବିଭିପି ଓ ବାମପନ୍ଥୀ ଛାତ୍ରଙ୍କ ଭିତରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ଏହି ଘଟଣା ପରେ କିଛି ଛାତ୍ର ଆହତ ହୋଇଛନ୍ତି। ରାମନବମୀରେ କାବେରୀ ହଷ୍ଟେରେ କିଛି ଛାତ୍ର ପୂଜା କରୁଥିଲେ। ଆଉ ଠିକ୍ ସେହି ସମୟରେ ବାମପନ୍ଥୀ ଛାତ୍ରନେତାମାନେ ରୋଜା ଇଫତାର ପାର୍ଟି ଆରମ୍ଭ କରିଥିଲେ। ଆମିଷ ମଗାଇକି ଖାଇଥିଲେ। ଏହାକୁ ନେଇ ରାମନବମୀ ପୂଜା କରୁଥିବା ଛାତ୍ରମାନେ ବିରୋଧ କରିବା ପରେ ଦୁଇପକ୍ଷ ଭିତରେ ମାରପିଟ୍ ଆରମ୍ଭ ହୋଇଥିଲା। ଏଥିରେ ଅନେକ ଛାତ୍ର ଆହତ ହୋଇଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login