The Ultimate Managed Hosting Platform
ADVERTISEMENT

ରାଜ୍ୟରେ ୪ ହଜାର ଡେଇଁଲା ଦୈନିକ ସଂକ୍ରମଣ; ଖୋର୍ଦ୍ଧାରୁ ସର୍ବାଧିକ ୯୩୩

Facebook
Twitter
LinkedIn

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ୪ ହଜାର ଡେଇଁଛି । ଯାହାକି ଗତ ୨୪ ଘଣ୍ଟାରେ ମୋଟ୍ ସଂକ୍ରମର ସଂଖ୍ୟା ରହିଛି ୪ ହଜାର ୮୨୯ । ତେବେ କ୍ୱାରେଣ୍ଟାଇନରୁ ୨ ହଜାର ୮୨୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ ଲୋକାଲ କେସରେ ୨,୦୦୬ ଜଣ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରନ୍ତଙ୍କ ମଧ୍ୟରେ ୪୪୮ ଜଣ ରହିଛନ୍ତି୧୮ ବର୍ଷରୁ କମ୍ ବର୍ଗର ।

ତେବେ ଖୋର୍ଦ୍ଧା ଜିଳ୍ଲାରୁ ସର୍ବାଧିକ ୯୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ, କଟକରୁ ୪୦୧ ଜଣ, ଦେବଗଡ଼ରୁ ୧୯, ଢ଼େଙ୍କାନାଳରୁ ୨୩, ଗଜପତିରୁ ୩୨, ଗଞ୍ଜାମରୁ ୪୯, ଜଗତସିଂହପୁରରୁ ୪୬, ଯାଜପୁରରୁ ୬୬, ଝାରସୁଗୁଡ଼ାରୁ ୧୮୯, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୨୪, କେନ୍ଦୁଝରରୁ ୬୩, କୋରାପୁଟରୁ ୭୭, ମଲକାନଗିରିରୁ ୧୧, ମୟୁରଭଞ୍ଜରୁ ୧୬୨, ନବରଙ୍ଗପୁରରୁ ୮୫, ନୟାଗଡ଼ରୁ ୨୪, ନୂଆପଡ଼ା ୫୧,ପୁରୀ ୧୩୦, ରାୟଗଡ଼ାରୁ ୮୨, ସମ୍ବଲପୁର ୬୪୪, ସୋନପୁର ୩୨ ଓ ସୁନ୍ଦରଗଡ଼ ୮୬୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେପଟେ ଆଜିଠାରୁ ଆରମ୍ଭ ହୋଇଛି ବୁଷ୍ଟର ଡୋଜ୍ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, କୋଭିଡ୍ ଯୋଦ୍ଧା ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ଅନ୍ୟ ରୋଗରେ ଆକ୍ରାନ୍ତ ମାନଙ୍କୁ ଦିଆଯିବ । ଯେଉଁମାନେ ଦ୍ୱିତୀୟ ଡୋଜ୍ ନେଇସାରିଛନ୍ତି ସେମାନେ ବୁଷ୍ଟର ଡୋଜ୍ ନେଇପାରିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login