ରାୟଗଡା : ରାତି ଅଧରେ ୧୨ଟି ବାଇକ ଜାଳିଦେଲେ ଦୁର୍ବୁତ୍ତ । ଏକ ଫାଇନାନ ସଂସ୍ଥାର ଅଫିସ ପରିସରରେ ଜାଳିଦେଲେ । କାଶୀପୁର ବ୍ଲକ ଟିକିରିରେ ଦୁର୍ବୁତ୍ତଙ୍କ ଲଙ୍କାକାଣ୍ଡ । ଅଫିସ କବାଟ ବାହାର ପଟୁ ବନ୍ଦ କରି ନିଆଁ ଲଗାଇଦେଲେ । ଭିତରେ ଶୋଇଥିବା କର୍ମଚାରୀଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ନିଆଁ ବ୍ୟାପିବା ପୂର୍ବରୁ କର୍ମଚାରୀଙ୍କୁ ଉଦ୍ଧାର ଯୋଗୁଁ ଟଳିଲା ବଡ ଅଘଟଣ । ଏନେଇ ଥାନାରେ ଟିକିରି ଥାନାରେ ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ସ୍ପନ୍ଦନା ଫାଇନାନ୍ସ ଓ ଫ୍ୟୁଜନ ଫାଇନାନ୍ସ କମ୍ପାନୀ ଅଫିସ ସାମନାରେ ଥିବା ୧୨ଟି ବାଇକରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । କର୍ମଚାରୀମାନେ ଶୋଇଥିବା ବେଳେ ବାହାର ପଟୁ ଅଫିସ କବାଟ ବନ୍ଦ କରି ନିଆଁ ଲଗାଇଦେଲେ । ଅଳ୍ପକେ ବର୍ତ୍ତି ଯାଇଥିଲେ ୫ ଜଣ କର୍ମଚାରୀ। ପରେ କର୍ମଚାରୀମାନେ ବାଇକରେ ଲାଗିଥିବା ନିଆଁକୁ ଲିଭାଇବାକୁ ଅଫିସ ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ। ହେଲେ ଦୁର୍ବୃତ୍ତମାନେ ବାହାର ପଟୁ କବାଟ ବନ୍ଦ କରି ଦେଇଥିଲେ। ସ୍ଥାନୀୟ ଲୋକେ ଆସି ନିଆଁକୁ ଆୟତ୍ତ କରିଥିଲେ। ଘଟଣାସ୍ଥଳରେ ଟିକିରି ପୋଲିସ ପହଞ୍ଚି ତଦନ୍ତ କରୁଛି ।
ଦୁର୍ବତ୍ତଙ୍କ ଲଙ୍କାକାଣ୍ଡ , ଫାଇନାନ୍ସ ସଂସ୍ଥାର ୧୨ ବାଇକ ଜାଳିଦେଲେ

Facebook
Twitter
LinkedIn
Facebook
Twitter
LinkedIn
Recent News
ଖାଇକୁ ଖସିଲା କାର , ଚାଲିଗଲା ୨ ଭାଇଙ୍କ ଜୀବନ
ୟୁପି : ଉତ୍ତରପ୍ରଦେଶ ପିଲିଭିତ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଭାଇଙ୍କ ଜୀବନ ଚାଲିଯାଇଥିବା ବେଳେ ୩ ଜଣ ଆହତ ଗୁରୁତର ଆହତ ହୋଇଛନ୍ତି ।...
ଝରଣାରେ ବୁଡି ୨ ଜଣଙ୍କର ଚାଲିଗଲା ଜୀବନ
ରାଉରକେଲା : ଝରଣାରେ ଗୋଡ ଖସି ୨ ଜଣଙ୍କର ଚାଲିଗଲା ଜୀବନ । ୪ ଜଣ ଉଦ୍ଧାର ହୋଇଛନ୍ତି । ବ୍ରାହ୍ମଣୀତରଙ୍ଗ ଥାନା ବିରକେରା ନ୍ଖଳଙ୍କ ଘାଘରା...
ପୋଲିସ SI ନିଯୁକ୍ତି କେଳେଙ୍କାରୀ ; ସାଇଣ୍ଟିଫିକ ଲ୍ୟାବ ଗଲା ଜବତ ୧୧୦ ମୋବାଇଲ
ଭୁବନେଶ୍ୱର : ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ୧୧୦ ଆଶାୟୀଙ୍କ ଠାରୁ ଜବତ ହୋଇଥିବା ମୋବାଇଲ ଫୋନର ଫୋରେନସିକ ପରୀକ୍ଷା ପାଇଁ ପଠାଯାଇଛି। ଷ୍ଟେଟ୍...
ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଜାରି
ନୂଆପଡା : ନୂଆପଡା ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେଡି । ନବୀନ ପଟ୍ଟନାୟକଙ୍କ ସମେତ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି...