ରାୟଗଡା : ରାତି ଅଧରେ ୧୨ଟି ବାଇକ ଜାଳିଦେଲେ ଦୁର୍ବୁତ୍ତ । ଏକ ଫାଇନାନ ସଂସ୍ଥାର ଅଫିସ ପରିସରରେ ଜାଳିଦେଲେ । କାଶୀପୁର ବ୍ଲକ ଟିକିରିରେ ଦୁର୍ବୁତ୍ତଙ୍କ ଲଙ୍କାକାଣ୍ଡ । ଅଫିସ କବାଟ ବାହାର ପଟୁ ବନ୍ଦ କରି ନିଆଁ ଲଗାଇଦେଲେ । ଭିତରେ ଶୋଇଥିବା କର୍ମଚାରୀଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ନିଆଁ ବ୍ୟାପିବା ପୂର୍ବରୁ କର୍ମଚାରୀଙ୍କୁ ଉଦ୍ଧାର ଯୋଗୁଁ ଟଳିଲା ବଡ ଅଘଟଣ । ଏନେଇ ଥାନାରେ ଟିକିରି ଥାନାରେ ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ସ୍ପନ୍ଦନା ଫାଇନାନ୍ସ ଓ ଫ୍ୟୁଜନ ଫାଇନାନ୍ସ କମ୍ପାନୀ ଅଫିସ ସାମନାରେ ଥିବା ୧୨ଟି ବାଇକରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । କର୍ମଚାରୀମାନେ ଶୋଇଥିବା ବେଳେ ବାହାର ପଟୁ ଅଫିସ କବାଟ ବନ୍ଦ କରି ନିଆଁ ଲଗାଇଦେଲେ । ଅଳ୍ପକେ ବର୍ତ୍ତି ଯାଇଥିଲେ ୫ ଜଣ କର୍ମଚାରୀ। ପରେ କର୍ମଚାରୀମାନେ ବାଇକରେ ଲାଗିଥିବା ନିଆଁକୁ ଲିଭାଇବାକୁ ଅଫିସ ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ। ହେଲେ ଦୁର୍ବୃତ୍ତମାନେ ବାହାର ପଟୁ କବାଟ ବନ୍ଦ କରି ଦେଇଥିଲେ। ସ୍ଥାନୀୟ ଲୋକେ ଆସି ନିଆଁକୁ ଆୟତ୍ତ କରିଥିଲେ। ଘଟଣାସ୍ଥଳରେ ଟିକିରି ପୋଲିସ ପହଞ୍ଚି ତଦନ୍ତ କରୁଛି ।
ଦୁର୍ବତ୍ତଙ୍କ ଲଙ୍କାକାଣ୍ଡ , ଫାଇନାନ୍ସ ସଂସ୍ଥାର ୧୨ ବାଇକ ଜାଳିଦେଲେ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











