ଜଳେଶ୍ୱର : ପୋଖରୀରୁ ୨ ବର୍ଷର ଶିଶୁପୁତ୍ର ମୃତଦେହ ଉଦ୍ଧାର । ବସ୍ତା ଥାନା କୋଷଡିଆ ଗାଁରେ ଏକ ପୋଖରୀରୁ ଉଦ୍ଧାର । ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା । ଗତକାଲି ଘର ବାରଣ୍ଡାରେ ସନ୍ଧ୍ୟାରେ ଖେଳୁଥିଲା ୨ ବର୍ଷର ଛୁଆ। ମାତ୍ର ହଠାତ୍ ଗାଏବ ହୋଇଯିବା ସହ ସକାଳୁ ଦେଢ କିଲୋମିଟର ଦୂରରୁ ଏକ ପରିତ୍ୟକ୍ତ ପୋଖରୀରୁ ମିଳିଲା ମୃତଦେହ। ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ କୁଶୁଡିହା ଗ୍ରାମର ଅରୁଣ ଜେନାଙ୍କ ୨ ବର୍ଷର କୁନିପୁଅ ରିତ୍ୱିକ ଗତକାଲି ଘର ବାରଣ୍ଡାରେ ମୋବାଇଲ ଧରି ଖେଳୁଥିବା ବେଳେ ନିଖୋଜ ହୋଇ ଯାଥିଲା। ପରିବାର ଲୋକ ବହୁ ଖୋଜା ଖୋଜି କରି ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ। ପିଲାକୁ କେହି ନେଇ ଯାଇଥିବା ସନ୍ଦେହ କରି ପରିବାର ଲୋକେ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଆଜି ସକାଳେ ଗ୍ରମାର ଏକ ପରିତ୍ୟକ୍ତ ପୋଖରୀରେ ଶିଶୁଟିର ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ପିଲାଟି ଘର ଠାରୁ ଦେଢ କିଲୋମିଟର ଦୂରରେ ଥିବା ଏହି ପରିତ୍ୟକ୍ତ ପୋଖରୀକୁ ସେ କେମିତି ଆସିଲା ତାହା ଏବେ ସନ୍ଦେହ ଘେରରେ ରହିଛି। ଖବର ପାଇ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ଘଠଣାର ତଦନ୍ତ କରୁଛି ।
ପୋଖରୀରୁ ଶିଶୁର ମୃତଦେହ ଉଦ୍ଧାର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











