ଜଳେଶ୍ୱର : ପୋଖରୀରୁ ୨ ବର୍ଷର ଶିଶୁପୁତ୍ର ମୃତଦେହ ଉଦ୍ଧାର । ବସ୍ତା ଥାନା କୋଷଡିଆ ଗାଁରେ ଏକ ପୋଖରୀରୁ ଉଦ୍ଧାର । ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା । ଗତକାଲି ଘର ବାରଣ୍ଡାରେ ସନ୍ଧ୍ୟାରେ ଖେଳୁଥିଲା ୨ ବର୍ଷର ଛୁଆ। ମାତ୍ର ହଠାତ୍ ଗାଏବ ହୋଇଯିବା ସହ ସକାଳୁ ଦେଢ କିଲୋମିଟର ଦୂରରୁ ଏକ ପରିତ୍ୟକ୍ତ ପୋଖରୀରୁ ମିଳିଲା ମୃତଦେହ। ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ କୁଶୁଡିହା ଗ୍ରାମର ଅରୁଣ ଜେନାଙ୍କ ୨ ବର୍ଷର କୁନିପୁଅ ରିତ୍ୱିକ ଗତକାଲି ଘର ବାରଣ୍ଡାରେ ମୋବାଇଲ ଧରି ଖେଳୁଥିବା ବେଳେ ନିଖୋଜ ହୋଇ ଯାଥିଲା। ପରିବାର ଲୋକ ବହୁ ଖୋଜା ଖୋଜି କରି ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ। ପିଲାକୁ କେହି ନେଇ ଯାଇଥିବା ସନ୍ଦେହ କରି ପରିବାର ଲୋକେ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଆଜି ସକାଳେ ଗ୍ରମାର ଏକ ପରିତ୍ୟକ୍ତ ପୋଖରୀରେ ଶିଶୁଟିର ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ପିଲାଟି ଘର ଠାରୁ ଦେଢ କିଲୋମିଟର ଦୂରରେ ଥିବା ଏହି ପରିତ୍ୟକ୍ତ ପୋଖରୀକୁ ସେ କେମିତି ଆସିଲା ତାହା ଏବେ ସନ୍ଦେହ ଘେରରେ ରହିଛି। ଖବର ପାଇ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ଘଠଣାର ତଦନ୍ତ କରୁଛି ।
ପୋଖରୀରୁ ଶିଶୁର ମୃତଦେହ ଉଦ୍ଧାର

Facebook
Twitter
LinkedIn
Facebook
Twitter
LinkedIn
Recent News
ଦୀପାବଳି ଉପହାର ; ମହିଳାଙ୍କୁ ମାଗଣାରେ ମିଳିବ ଗ୍ୟାସ ସିଲିଣ୍ଡର
ୟୁପି : ମହିଳା ଓ ଯୁବତୀଙ୍କୁ ମାଗଣାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇବେ । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଲୋକଭବନରେ ଆୟୋଜିତ...
ମାଓବାଦୀ ନାଁରେ ବାପାକୁ ଧମକପୂର୍ଣ୍ଣ ଚିଠି, ୩୫ ଲକ୍ଷ ଦିଅ ନହେଲେ ପୁରା ପରିବାକୁ ଜୀବନରୁ ମାରିଦେବୁ
ଭବାନୀପାଟଣା : ମାଓବାଦୀ ନାଁରେ ବାପାକୁ ପୁଅର ଧମକପୂର୍ଣ୍ଣ ଚିଠି । ଟଙ୍କା ଅସୁଲ ପାଇଁ ଠିକାଦାର ବାପାଙ୍କୁ ପୁଅର ଧମକପୂର୍ଣ୍ଣ ଚିଠି । ରୁପ୍ରାରୋଡର ଜଣେ...
କଂଗ୍ରେସ ଭବନ ବାହାରେ ହାଇଡ୍ରାମା ; ସାମିଲ ପାଇଁ ଆସି ଅନନ୍ତ ନାରାୟଣ ଓରଫ ନାଣ୍ଡୁ ଧଳ ହଟହଟ୍ଟା
ଭୁବନେଶ୍ୱର : ଭୁବନେଶ୍ୱର କଂଗ୍ରେସ ଭବନ ବାହାରେ ହାଇଡ୍ରାମା । ସାମିଲ ପାଇଁ ଆସି ଅନନ୍ତ ନାରାୟଣ ଓରଫ ନାଣ୍ଡୁ ଧଳ ହଟହଟ୍ଟା । ତୁଳସୀ ଗଣନାଟ୍ୟ...
ଏଥର ଦିଲ୍ଲୀରେ ‘ସବୁଜ’ ଦୀପାବଳି
ନୂଆଦିଲ୍ଲୀ : ଦିଲ୍ଲୀ ଏନସିଆରରେ ସବୁଜ ବାଣକୁ ସୁପ୍ରିମକୋର୍ଟଙ୍କ ଅନୁମତି । ଆସନ୍ତା ୨୧ ତାରିଖ ଯାଏଁ ସବୁଜ ବାଣକୁ ଅନୁମତି । ଅସ୍ଥାୟୀ ଭାବେ ସବୁଜ...