ଭୁବନେଶ୍ୱର : ଜଳୁଛି ପଶ୍ଚିମ ଓଡିଶା । ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁର ୪୨.୮ ଡିଗ୍ରୀ ରେକର୍ଡ । ହୀରାକୁଦ ୪୧.୬, ଝାରସୁଗୁଡା ୪୧ , ଭୁବନେଶ୍ୱର ୩୯.୪ ଡିଗ୍ରୀ ରେକର୍ଡ । ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା । ଦିନ ସାଢ଼େ ୨ଟା ସୁଦ୍ଧା ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର । ଚାନ୍ଦବାଲିରେ ୩୮.୮, ବାଲେଶ୍ୱରରେ ୩୭.୮, କେନ୍ଦୁଝରରେ ତାପମାତ୍ରା ରହିଛି ୩୭.୨ ଡିଗ୍ରୀ ସେଲସିୟସ୍ ।
ଦିନରେ ତାତି, ଅପରାହ୍ଣ ପରେ ଆଶ୍ୱସ୍ତି ଦେଉଛି କାଳବୈଶାଖୀ । ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ଆଜି ପାଇଁ ୧୦ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ । ଆସନ୍ତା ୬ ତାରିଖ ଯାଏ ରାଜ୍ୟରେ ଏଭଳି ପାଗ ଜାରି ରହିଛି । କାଲିଠାରୁ ସାମାନ୍ୟ ହ୍ରାସ ପାଇବ କାଳବୈଶାଖୀ ପ୍ରଭାବ ।
Views: 71