ନୂଆଦିଲ୍ଲୀ: କେରଳ ୱାୟନାଡରେ ଭୂସ୍ଖଳନରେ ୩୦୦ ଟପିଛି ମୃତ୍ୟୁ ସଂଖ୍ୟା । ବର୍ତମାନ ସୁଦ୍ଧା ୩୦୮ ଜଣଙ୍କ ମୃତ୍ୟୁ ହେଲାଣି। ୧୩୦ ଜଣଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ୨ ଶହରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି। ଭୂସ୍ଖଳନ ଯୋଗୁଁ ୱାୟନାଡର ୪ଟି ଗାଁ ଚୁରାଲମାଲା, ଅଟାମାଲ, ମୁଣ୍ଡାକାଇ ଓ ନୁଲପୁଝା ପ୍ରଭାବିତ ହୋଇଥିଲା। ଏବେ ଯୁଦ୍ଧକାଳୀନ ଭିତରେ ମୃତଦେହ ଖୋଜା ଚାଲିଛି। ସେନା, ବାୟୁସେନା ଓ ନୌସେନାର ୪୦ଟି ଟିମ୍ ଉଦ୍ଧାର କାର୍ୟ୍ୟରେ ଲାଗିଛନ୍ତି। ତିନି ସେନା ବ୍ୟତୀତ ଏନଡିଆରଏଫ୍, ଡିଏସଜି ଓ ଏମ୍ଇଜି ମିଳିତ ଭାବେ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି।
Views: 69











