ରାୟଗଡା : ୱାର୍ଡେନଙ୍କ ଅଧାପୋଡା ମୃତଦେହ ମିଳିବା ଘଟଣା । ତଦନ୍ତ ପାଇଁ ରାୟଗଡାରେ ପହଁଚିଲା କ୍ରାଇମବ୍ରାଞ୍ଚ ଟିମ୍ । ଚନ୍ଦ୍ରପୁର ମା’ ଗୃହକୁ ଯାଇ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ୨୨ରେ ହସ୍ପିଟାଲ ପରିସରରୁ ୱାର୍ଡେନଙ୍କ ମୃତଦେହ ମିଳିଥିଲା । ଗତ ୨୧ ତାରିଖରେ ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ମା’ ଗୃହ ଭିତରେ ଯୁବତୀଙ୍କ ଦରପୋଡ଼ା ମରଶରୀର ଉଦ୍ଧାର ହୋଇଥିଲା । ମୃତକ ହେଉଛନ୍ତି ଲକ୍ଷ୍ମୀ ମାଝୀ, ଦୀର୍ଘ ୫ ବର୍ଷ ହେବ ଏକ ସ୍ୱେଚ୍ଛାସେବୀ ସଂସ୍ଥାରେ କାର୍ୟ୍ୟରତ ଥିଲେ । ମୃତକ ଜଣଙ୍କ ଦିବ୍ୟାଙ୍ଗ ଥିଲେ, ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ।ଏହି ଘଟଣାରେ ଦୋଷୀକୁ ତୁରନ୍ତ ଗିରଫ ଦାବିରେ କାଶୀପୁର ଠାରେ ଏକ ଶୋଭାଯାତ୍ରା କରିଥିଲେ ଜିଲ୍ଲା ଆଦିବାସୀ ମହାସଂଘ । ଗତକାଲି ବିଜେପି ପକ୍ଷରୁ ୬ ଘଂଟିଆ ବନ୍ଦ ଡାକାରା ଦିଆଯାଇଥିଲା ।ଆଉ ଆଜି ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ ।
Views: 81











