ବାଲେଶ୍ଵର : ଜଳ ହିଁ ଜୀବନ। ତେବେ ଲୋକଙ୍କ ଜୀବନ ବଞ୍ଚାଉଥିବା ଜଳ ଯେ କେତେବେଳେ ଜହର ନ ସାଜିବ ସେ କଥା କହିହେବ ନାହିଁ। ଲୋକଙ୍କ ଚାହିଦା ଏବଂ ଆବଶ୍ୟକତା ଅନୁଯାୟୀ ବଜାର ରେ ପ୍ୟାକିଙ୍ଗ ଓ ଷ୍ଟିକରିଂ ହୋଇ ବେଧଡକ ଭାବେ ବିକ୍ରି ହେଉଛି ବିଭିନ୍ନ କମ୍ପାନୀର ପାନୀୟ ଜଳ। ପ୍ୟାକିଂ ପାଣି ବୋତଲ ଓ ପାଣି ପାଉଚ୍ ସହିତ, ରି-ଫିଲିଂ ଜାର ବା ରି-ଫିଲିଂ ଡ୍ରମ ପାଣି ର ମଧ୍ୟ ବେସ ଚାହିଦା ରହିଛି। ତେବେ ଏହି ପ୍ୟାକିଂ ପାଣି ବା ରି-ଫିଲିଂ ଡ୍ରମ ପାଣି କେତେ ବିଶୁଦ୍ଧ ଓ ପିଇବା ଉପଯୋଗୀ ତାହାକୁ ନେଇ ଉଠିଛି ବଡ ପ୍ରଶ୍ନ। ଏଠାରେ ସୂଚନା ଥାଉକି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ, ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ତାଡ଼ଦା ପଞ୍ଚାୟତର ଶାସନ ଗ୍ରାମରେ ଥିବା ପାନୀୟ ଜଳ ପ୍ରତିଷ୍ଠାନ ଉପରେ ଅଚାନକ ଭାବେ ବାଲେଶ୍ଵର ଓ ଜଳେଶ୍ଵର ଖାଦ୍ୟ ନିରାପତ୍ତା ଅଧିକାରୀ ଟିମ୍ ଚଢାଉ କରିଥିଲା। ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ଅନୁଶ୍ରୀ ଖଟୁଆଙ୍କ ନେତୃତ୍ବରେ ,ଜଳେଶ୍ଵର ଖାଦ୍ୟ ନିରାପତ୍ତା ଅଧିକାରୀ ସଶିକାନ୍ତ ବେହେରା ଏବଂ ଅନ୍ୟ ଦୁଇ ସହଯୋଗୀ ଚଢାଉରେ ସାମିଲ ହୋଇ ଥିଲେ। ଦୀର୍ଘ ଦିନ ହେବ ବେଆଇନ ଭାବେ ଉକ୍ତ ୱାଟର ପ୍ଲାଣ୍ଟ ଟି ଚାଲି ଆସୁଥିଲା ବୋଲି ଅଭିଯୋଗ ହୋଇଥିଲା।ତେବେ ଲାଇସେନ୍ସ , ପିଉରିଟୀ ରିପୋର୍ଟ, କେମିକାଲ ରିପୋର୍ଟ ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ଡକ୍ୟୁମେଣ୍ଟ ନଥିବାରୁ ବିଭାଗ ପକ୍ଷରୁ ନୋଟିସ ଜାରି କରିବା ସହିତ, ପ୍ଲାଣ୍ଟ କୁ ବନ୍ଦପାଇଁ ନିର୍ଦ୍ଦେଶ ଦିଆ ଯାଇଛି। ତେବେ ଏଥିରେ ଖିଲାପି କଲେ ପରବର୍ତ୍ତୀ ଅବସ୍ଥାରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।
ୱାଟର ପ୍ଲାଣ୍ଟରେ ଖାଦ୍ୟ ନିରାପତ୍ତା ଟିମର ଚଢାଉ

Facebook
Twitter
LinkedIn
Facebook
Twitter
LinkedIn
Recent News
ଯାତ୍ରୀବାହୀ ବସରେ ଲାଗିଲା ନିଆଁ
ରାଜସ୍ଥାନ : ଯାତ୍ରୀବାହୀ ବସରେ ଲାଗିଲା ନିଆଁ । ବସରେ ୫୭ ଜଣ ଯାତ୍ରୀ ରହିଥିଲେ । ଏମାନଙ୍କ ମଧ୍ୟରୁ ୧୦-୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା...
ନୂଆପଡା ଉପନିର୍ବାଚନ ; କିଏ ହେବେ ବିଜେଡିରୁ ପ୍ରାର୍ଥୀ ?
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ବିଜେଡିରୁ ପ୍ରାର୍ଥୀ କିଏ ହେବେ ତାକୁ ନେଇ ଚର୍ଚ୍ଚା । ୪ରୁ ୫ ଜଣଙ୍କ ନାଁ ତାଲିକାଭୁକ୍ତ ହୋଇଥିବା ବେଳେ...
ସିରିଜ ପୋଛିନେଲା ଭାରତ , ୭ ୱିକେଟରେ ୱେଷ୍ଟିଣ୍ଡିଜକୁ ହରାଇଲା
ନୂଆଦିଲ୍ଲୀ : ୭ ୱିକେଟରେ ଭାରତ ଜିତି ୨-୦ ସିରିଜ କବଜା କରିଛି । ୱେଷ୍ଟଇଣ୍ଡିଜ ଦ୍ବିତୀୟ ଇନିଂସରେ ୩୯୦ ରନ୍ କରି ଭାରତକୁ ୧୨୧ ରନର...
କୋଲ୍ଡରିଫ ସମେତ ଏ ସମସ୍ତ ସିରପକୁ ବିଷାକ୍ତ କହିଲା “ହୁ”
ନୂଆଦିଲ୍ଲୀ : କୋଲ୍ଡରିଫ୍ ସମେତ ରେସପିଫ୍ରେସ୍ ଟିଆର ଓ ରିଲିଫ୍ ସିରପକୁ ବିଷାକ୍ତ କହିଲା ହୁ । ଏହି ୩ କଫ୍ ସିରପରେ ଡାଇଏଥିଲିନ୍ ଗ୍ଲାଇକୋଲ ଓ...