ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିଝଡ ୮ ସୁଦ୍ଧା ଲଘୁଚାପ କ୍ଷେତ୍ର ରୂପ ନେବ । ଏ ନେଇ ସୂଚନା ଜାରି କଲା ଭାରତୀୟ ପାଣିପାଗ କେନ୍ଦ୍ର । ଗତକାଲି ସୃଷ୍ଟି ଘୂର୍ଣ୍ଣିଝଡ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ । ୮ ସୁଦ୍ଧା ଲଘୁଚାପ କ୍ଷେତ୍ର, ଅଧିକ ଘନୀଭୂତ ହୋଇ ୯ ସୁଦ୍ଧା ଅବପାତ । ଏହା ପରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସମ୍ଭାବନା । ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ବାତ୍ୟାର ଗତିପଥ ଓ ତୀବ୍ରତା ଜଣାପଡିବ । ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣପୂର୍ବ ବଙ୍ଗୋପସାଗର ଯିବା ମନା ।
Views: 79