ଭୁବନେଶ୍ୱର : ୮ ମାସରେ କଟକ, ପୁରୀ, ଭୁବନେଶ୍ୱରରେ ୬ ମୁଣ୍ଡ ନେଇଛି “ମୋ ବସ” । ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ଉତ୍ତର । ୨୦୨୪ ଜୁନ ଠାରୁ ଏଯାବତ ୧୯ଟି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୬ ଜଣଙ୍କର ଜୀବନ ଯାଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି । କେବଳ ୨ଟି ଘଟଣାରେ ମୃତକଙ୍କ ପରିବାରକୁ ୩ ଲକ୍ଷ ୫ ହଜାର ଦିଆଯାଇଛି ।
ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ଏ ସମ୍ପର୍କରେ ଆଜି ବିଧାନସଭାରେ ପ୍ରଶ୍ନ କରିଥିବାବେଳେ, ଏହାର ଉତ୍ତର ରଖିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ବିଜେଡି ବିଧାୟକ ପ୍ରଶ୍ନ କରି ପଚାରିଥିଲେ ଯେ, ମୋ ବସରେ ବେଗ ନିୟନ୍ତ୍ରଣ ଯନ୍ତ୍ର ଲାଗିଛି କି? ମୋ ବସ୍ ଧକ୍କାରେ ମୃତ୍ୟୁବରଣ କରିଥିବା ମୃତକ ପରିବାରଙ୍କୁ କେତେ ଟଙ୍କା କ୍ଷତିପୂରଣ ଦିଆଯାଇଛି?
ଏହାର ଉତ୍ତର ରଖି ମନ୍ତ୍ରୀ କହିଥିଲେ ଯେ, ଭୁବନେଶ୍ୱର ମହାନଗର ନିଗମ ଓ ଏହାର ଆଖପାଖ ଅଞ୍ଚଳରେ କ୍ରୁଟ୍ ଦ୍ୱାରା ୩୭୫ଟି ବସ୍ ଚଳାଚଳ କରୁଛି । ମୋ ବସ୍ ଦୁର୍ଘଟଣାରେ ୧୬ ଜଣ ପ୍ରାଣ ହରାଇଛନ୍ତି । ତେବେ ଇଲେକ୍ଟ୍ରି ବସ ପାଇଁ ସହର ଭିତରେ ଘଣ୍ଟାପ୍ରତି ବେଗ ୩୫ କିମି ରହିଥିବାବେଳେ, ଡିଜେଲ ବସ୍ ପାଇଁ ୪୦ କିମି ପ୍ରତି ଘଣ୍ଟା ରଖାଯାଇଛି । ଏହାସହ ଜାତୀୟ ରାଜପଥରେ ଚାଲୁଥିବା ୧୬ଟି ବସ୍ ପାଇଁ ୫୦ କିମି ପ୍ରତି ଘଣ୍ଟାରେ ଚାଲିବା ପାଇଁ ଧାର୍ୟ୍ୟ କରାଯାଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।
୮ ମାସରେ ମୋ ବସ ନେଇଛି ୬ ମୁଣ୍ଡ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...