ନୂଆଦିଲ୍ଲୀ : ୮ ବର୍ଷ ପୁରୁଣା ଡ୍ରଗ୍ସ ମାମଲାରେ କଂଗ୍ରେସ ବିଧାୟକ ଗିରଫ । ଡ୍ରଗ୍ସ ମାମଲାରେ କଂଗ୍ରେସ ବିଧାୟକ ସୁଖପାଲ ସିଂହ ଖେରା ଗିରଫ । ପୋଲିସ କଂଗ୍ରେସ ବିଧାୟକଙ୍କୁ ଚଣ୍ଡୀଗଡ ସ୍ଥିତ ସେକ୍ଟର-୫ ବାସଭବନରୁ ଗିରଫ କରିଛି । ୨୦୧୫ର ନାର୍କୋଟିକ ଡ୍ରଗସ ଆଣ୍ଡ ସାଇକୋଟ୍ରୋପିକ ସବଷ୍ଟାନ୍ସ (ଏନଡିପିଏସ) ଆକ୍ଟ ଆଧାରରେ ବିଧାୟକ ଗିରଫ ହୋଇଥିବା ସୂଚନା ମିଳିଛି ।ସୂଚନା ମୁତାବକ, ଖେରାଙ୍କୁ ଜଲାଲବାଦ ପୋଲିସ ଆଜି ସକାଳୁ ଗିରଫ କରିଥିଲା । ସକାଳ ପାଖାପାଖି ୫ଟା ସମୟରେ ୁ ଚଣ୍ଡୀଗଡ ସ୍ଥିତ ସେକ୍ଟର-୫ରେ ପୋଲିସ ଗିରଫ କରିଥିଲା । ଖେରା କଂଗ୍ରେସର ଜଣେ ବରିଷ୍ଠ ବିଧାୟକ ହୋଇଥିବାରୁ ତାଙ୍କର ଗିରଫଦାରୀକୁ ନେଇ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ଚାଲିଛି ।
Views: 84