ଭୁବନେଶ୍ୱର : ରାଜ୍ୟରେ ୮୪୮ ବୃହତ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ଏହା ଦ୍ୱାରା ୯ ଲକ୍ଷ ୧୪ ହଜାର ୮୯୫ ନିଯୁକ୍ତି ସୃଷ୍ଟି ହେବ । ଏ ନେଇ ଗୃହରେ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । ୨୧ ଲକ୍ଷ ୭୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହୋଇସାରିଛି । ଏଥିରେ ୯ ଲକ୍ଷ ୧୪ ହଜାର ୮୯୫ ନିଯୁକ୍ତି ସୃଷ୍ଟି ହେବ। ପ୍ରତି ଦୁଇ ବର୍ଷରେ ଥରେ ମେକ୍ ଇନ ଓଡ଼ିଶା କାର୍ୟ୍ୟକ୍ରମ ହେଉଛି । ଓଡ଼ିଶାର ଖଣି, ଶକ୍ତି, କୃଷି ପରି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ନୀତି ହୋଇଛି । ସବୁ ଜିଲ୍ଲାରେ ଇଣ୍ଡଷ୍ଟ୍ରି ହେବ । ଯାଜପୁର କଳିଙ୍ଗନଗରରେ ଷ୍ଟିଲ ହେବ୍, ପାରାଦୀପ ପେଟ୍ରୋ କେମିକାଲ ହବ୍, ସମ୍ବଲପୁର ଓ ରେଙ୍ଗାଲି ଷ୍ଟିଲ ଏବଂ ଆଲୁମିନିଅମ ହବ୍ ହେବ । ଗୋପାଳପୁର ହେବ ଅକ୍ଷୟ ଶକ୍ତି ଉତ୍ପାଦନ ହବ୍ । ଓଡ଼ିଶା ନୀତିକୁ କେନ୍ଦ୍ର ବି ପ୍ରଶଂସା କରିଛି । ପୁଞ୍ଜି ନିବେଶ ପୋର୍ଟାଲରେ ଆବେଦନ କଲେ, ୬୦ ଦିନ ଭିତରେ ପାସ ହେବ । ପ୍ରକଳ୍ପ ପାଇଁ ପୁଞ୍ଜି ନିବେଶରେ ଓଡ଼ିଶା ପ୍ରଥମ ସ୍ଥାନରେ ଅଛି ।
Views: 100