ଭୁବନେଶ୍ୱର : ୭ ଦିନ ହେଲାଣି ଧାରଣାରେ ବସିଛନ୍ତି ସମିତିସଭ୍ୟ । ସରପଞ୍ଚ ଭଳି କ୍ଷମତା ସମିତିସଭ୍ୟଙ୍କୁ ଦେବା ପାଇଁ ରାଜ୍ୟସରକାରଙ୍କ ନିକଟରେ ଦାବି । ଓଡିଶା ରାଜ୍ୟ ସମିତସଭ୍ୟ/ସଭ୍ୟା ସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ଗଣ ଧାରଣା ଦେଇଛନ୍ତି । ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଦାବି ମଧ୍ୟରେ ରହିଛି, ଉନ୍ନମୂଳକ କାର୍ଯ୍ୟର ସମସ୍ତ ଚିଠିର ନକଲ ସମିତି ସଭ୍ୟ ମାନଙ୍କୁ ଦିଆଯାଉ , ପଞ୍ଚାୟତ ବୈଠକରେ ସମିତି ସଭ୍ୟ ମାନଙ୍କର ଯୁଗ୍ମ ସ୍ୱାକ୍ଷର ରହିବାକୁ ଦାବି, ସମିତି ସଭ୍ୟ ପାଣ୍ଠିକୁ ୨୦ ଲକ୍ଷ ଟଙ୍କା ବୃଦ୍ଧି କରିବା ପାଇଁ ଦାବି ରହିଛି । ଯଦି ଦାବି ପୂରଣ ନ ହୁଏ ଧାରଣା ଏପରି ଜାରି ରହିବ । ବର୍ତ୍ତମାନ ସମୟରେ ଲୋୟର ପିଏମଜିରେ ଗର୍ଜୁଛନ୍ତି ବିଭିନ୍ନ ସଂଗଠନ । ବିଧାନସଭା ଚାଲୁଥିବା ବେଳେ ନାରାବାଜି , ଗର୍ଜନ କରି ସରକାରଙ୍କ ଉପରେ ବର୍ଷୁଛନ୍ତି ।
Views: 71