The Ultimate Managed Hosting Platform
ADVERTISEMENT

୭୭ ତମ ସ୍ୱାଧୀନତା ଦିବସ; ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସବ ମୁଖର, ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

Facebook
Twitter
LinkedIn

ନୂଆଦିଲ୍ଲୀ : ଆଜି ୭୭ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିଜ ସମ୍ବୋଧନରେ କହିଛନ୍ତି କି , ମୋର ପ୍ରିୟ ୧୪୦ କୋଟି ପରିବାର ଜନ , ଆମର ଲୋକତନ୍ତ୍ର ବିଶ୍ୱରେ ସବୁଠୁ ବଡ । ଆଜାଦୀରେ ଯେଉଁମାନେ ବଳିଦାନ ଦେଇଛନ୍ତି ସମସ୍ତଙ୍କୁ ସମ୍ମାନ ଜଣାଉଛି । କିଛି ଦିନ ହେଲା ମଣିପୁର ହିସା ମୋତେ ବ୍ୟଥିତ କରିଛି । ଏହା ଭିତରେ ମଣିପୁରରେ ଶାନ୍ତି ଫେରିବା ମଧ୍ୟ ଆଶ୍ୱସ୍ତ କରିଛି । ସାରା ଦେଶ ମଣିପୁରବାସୀଙ୍କ ପଛରେ ଛିଡା ହୋଇଛି । ଉତ୍ତରପୂର୍ବାଞ୍ଚଳର ଏହି ରାଜ୍ୟରେ ସ୍ଥିତି ଦିନକୁ ଦିନ ସୁଧୁରୁଛି । କିଛି ଦିନ ହେଲା କିଛି ଅଞ୍ଚଳରେ ପ୍ରକୃତିର କୋପ ଦେଖିବାକୁ ମିଳିଛି । ଯେଉଁମାନେ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିଛନ୍ତି , ସମସ୍ତଙ୍କୁ ସମବେଦନା ।
କରୋନା ପରେ ବିଶ୍ୱର ଗତିପଥ ବଦଳିଛି । ନୂଆ ଶକ୍ତିର ଆର୍ବିଭାବ ହୋଇଛି । କୋଭିଡ କାଳରେ ଭାରତ ବିଶ୍ୱକୁ ମାନବିକତା ଶିଖାଇଛି । ସାରା ବିଶ୍ୱବାସୀଙ୍କ ଜୀବନ ବଞ୍ଚାଇବା ପାଇଁ କାର୍ଯ୍ୟ କରିଛି । ୨୦୧୪ରେ ସରକାର ଗଠନ କରିବା ପରେ ସଂସ୍କାର ଆଣିଛି । ସଂସ୍କାର ଆଣିବା ପାଇଁ ହିମତ ମୋ ସରକାରର ରହିଛି । ରିଫର୍ମ ସହ ପରଫର୍ମ କରି ଦେଶର ବିକାଶରେ ସାମିଲ ହୋଇଛି । ସରକାର ଜଳଶକ୍ତି ମନ୍ତ୍ରାଳୟ ଗଠନ କରିଛି ।


ଭ୍ରଷ୍ଟାଚାର ରାକ୍ଷସ ଦେଶକୁ ରସାତଳକୁ ନେଇଥିଲା । ୧୦ ବର୍ଷ ତଳେ ରାଜ୍ୟକୁ ୨୦ ଲକ୍ଷ କୋଟି ଟଙ୍କା ଯାଉଥିଲା । ବର୍ତ୍ତମାନ ରାଜ୍ୟ ମାନଙ୍କୁ ୧୦୦ ଲକ୍ଷ କୋଟି ଟଙ୍କା ଯାଉଛି । ଗରିବଙ୍କ ଘର ପାଇଁ କେବଳ ୯୦ ହଜାର ମିଳୁଥିଲା । ବର୍ତ୍ତମାନ ଏହାକୁ ବଢାଇ ୪ ଲକ୍ଷ ଟଙ୍କାରେ ପହଞ୍ଚା ଯାଇଛି । ୫ ବର୍ଷ ମଧ୍ୟରେ ୧୩.୫ କୋଟି ଲୋକ ଗରିବ ଦୂର କରିଛନ୍ତି । ଦେଶରେ ଗରିବ କମିଲେ ମଧ୍ୟମ ବର୍ଗ ଶକ୍ତି ବଢିବ । ଆସନ୍ତା ୫ ବର୍ଷରେ ଗ୍ୟାରେଣ୍ଟି ଦେଉଛି ଏହା ପୂରଣ ହେବ । ସହରରେ ବସ୍ତିରେ ରହୁଥିବା ଲୋକଙ୍କ ଜୀବନ ମାନ ବଢିବ । ସହରରେ ଘର କରି ରହିବା ପାଇଁ ସହ ଯୋଗ ଦିଆଯିବ । ବ୍ୟାଙ୍କରୁ ରିହାତିରେ ରୁଣ ଯୋଗାଇ ଦିଆଯିବ । ଆଧୁନିକତା ଆଡେ ଆମେ ଅଗ୍ରସର ହେଉଛେ । ୨ ଶହ କୋଟି ଦେଶବାସୀଙ୍କୁ ଟିକା ଦେଇ ଦକ୍ଷତା ଦେଖାଇଛୁ । ସବୁ କାମ ଧାର୍ଯ୍ୟ ସମୟ ପୂର୍ବରୁ ଶେଷ କରାଯାଇଛି । ପରଫର୍ମ କରିବା ହେଉଛି ମୋଦି ସରକାରର ଧର୍ମ । କେବେ ରୋକିବୁନି , ଥକିବୁନି କି ହାରିବୁ ନାହିଁ ।
ଅନ୍ୟପଟେ ରାଷ୍ଟ୍ର ଚରିତ୍ର ନେଇ ନୂଆମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ । ବିବିଧତା ଭିତରେ ଏକତା ନେଇ ସଂକଳ୍ପ ନେବା । ୨୦୪୭ ସୁଦ୍ଧା ଦେଶକୁ ବିକାଶଶୀଳ ରାଷ୍ଟ୍ର କରିବା ସଂକଳ୍ପ ନେବା । ଚନ୍ଦ୍ର ଯାନରେ ମହିଳା ବୈଜ୍ଞାନିକଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ । ଜି-୨୦କୁ ସଫଳ କରିବା ପାଇଁ ମହିଳାଙ୍କ ଭୂମିକା ପ୍ରଶଂସନୀୟ । ଭାରତ-ଗଣତନ୍ତ୍ରର ଜନନୀ, ବିବିଧତାର ପ୍ରତୀକ । ଆଜି ଦେଶର ୧୦ କୋଟି ମହିଳା ଏସଏଚଜିରେ ଯୋଡି ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login