
ସମ୍ୱଲପୁର : ସୁସ୍ଥ ହୋଇପାରୁନି ହାତୀର ସ୍ୱାସ୍ଥ୍ୟ ଅବସ୍ଥା । ସମ୍ବଲପୁର ବନଖଣ୍ଡ ପଡିଆବାହାଲ ରେଂଜ ସାପଲହରା ଗାଁ ପୋଖରୀରରେ ଫସିଥିବା ଦନ୍ତାହାତୀ ବର୍ତ୍ତମାନ ପର୍ଯ୍ୟନ୍ତ ସୁସ୍ଥ ହୋଇପାରିନାହିଁ । ୪୮ ଘଣ୍ଟା ପରେ ଚିକିତ୍ସା ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୭୬ ଘଣ୍ଟା ବିତିଗଲାଣି । ହାତୀକୁ ଅଧାପାଣି ଓ ଅଧା କାଦୁଅରେ ରଖି ଚିକିତ୍ସା କରାଯାଉଛି ।
ସୂଚନା ଅନୁଯାୟୀ, ବନ ବିଭାଗ ଗତକାଲିଠାରୁ ସାଲାଇନ ଲଗାଇବା ଆରମ୍ଭ କରିଛି । ମାତ୍ର ଚିକିତ୍ସାରେ ବିଳମ୍ବ ଯୋଗୁଁ ହାତୀଟି ସୁସ୍ଥ ହୋଇ ପାରିନି । ତେବେ ଗତକାଲି ୩ ଦିନ ପରେ ସମ୍ବଲପୁର ସାପଲହରା ପୋଖରୀରେ ଅସୁସ୍ଥ ହୋଈ ଫସି ରହିଥିବା ହାତୀର ଚିକିତ୍ସା ଆରମ୍ଭ ହୋଇଥିଲା । ଯେହେତୁ ହାତୀଟି ଅସୁସ୍ଥତା ପାଇଁ ପୋଖରୀରୁ ବାହାରି ପାରୁନଥିବା ଜଣାପଡିବା ପରେ ଭୁବନେଶ୍ଵର ଙଟଇଞ ର ବିଶେଷଜ୍ଞ ଟିମ ସାପଲହରା ଗ୍ରାମରେ ପହଞ୍ଚିଥିଲେ । ଏଥିସହିତ ନନ୍ଦନକାନନ ଓ ସାତକୋଶିଆ ବିଶେଷଜ୍ଞ ଟିମ, ସମ୍ବଲପୁର ଓ ବୁର୍ଲା ଟିମ ମଧ୍ୟ ଆସି ଅସୁସ୍ଥ ହାତିର ଚିକିତ୍ସା କରିଛନ୍ତି ।
Views: 160