ବଳଙ୍ଗା : ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟଣାରେ ବିଜେଡିର ପୁରୀ ହରତାଳ ଡାକେରା । ଆସନ୍ତା ୭ରେ ସକାଳ ୬ରୁ ଦିନ ୧୨ ଯାଏଁ ପୁରୀରେ ହରତାଳ ଆହ୍ୱାନ । ଦୋକାନ ବଜାର ସହ ଗାଡି ମୋଟର ବନ୍ଦ ପାଇଁ ଡାକରା । ପୀଡିତାଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ ଥିବା ଅଭିଯୋଗ । ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇବା ସହ ସରକାର ଘଟଣାର ସତ୍ୟ ଉନ୍ମୋଚନ କରନ୍ତୁ ବୋଲି ଦାବି କରିଛି ବିଜୁ ଜନତା ଦଳ । ଏହା ସହ ଜାଣିଶୁଣି ଦୋଷୀକୁ ଚିହ୍ନଟ କରୁନଥିବା ଅଭିଯୋଗ କରିଛି ବିଜେଡ଼ି। ତୁରନ୍ତ ସତ୍ୟତା ସାମ୍ନାକୁ ନ ଆସିଲେ ବିଜେଡ଼ି ଆନ୍ଦୋଳନ ଜାରି ରଖିବ ବୋଲି କହିଛନ୍ତି ପୁରୀ ଜିଲ୍ଲା ବିଜେଡ଼ି ସଭାପତି ଉମାକାନ୍ତ ସାମନ୍ତରାୟ ।
Views: 15