The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

୬୬ ବର୍ଷରେ କେଭିନ୍‌ କନ୍‌ରୋଏଙ୍କ ଦେହାନ୍ତ,

Facebook
Twitter
LinkedIn

ମୁମ୍ଵାଇ ୧୨।୧୧: ଅଭିନେତା ତଥା ଭଏସ୍ ଓଭର କଳାକାର କେଭିନ୍ କନ୍‌ରୋଏ। ବ୍ୟାଟ୍ସମ୍ୟାନ୍ ଆନିମେଟେଡ୍ ସିରିଜ୍ କାମ ପାଇଁ ବେଶ୍ ଜଣାଶୁଣା କେଭିନ୍‌। ତାଙ୍କ ସ୍ୱର ସହିତ ବ୍ୟାଟମ୍ୟାନ୍‌ଙ୍କ ଚରିତ୍ର ଜୀବନ୍ତ ଥିଲା। ବର୍ତ୍ତମାନ ତାଙ୍କୁ ନେଇ ଦୁଃଖଦ ଖବର। କେଭିନ ୬୬ ବର୍ଷ ବୟସରେ ପରଲୋକ ହୋଇଛନ୍ତି। ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡତ ଥିଲେ। ବହୁତ ସଂଘର୍ଷ ପରେ ସେ ଦୁନିଆକୁ ଅଲବିଦା କହିଛନ୍ତି।  ଅଭିନତାଙ୍କ ମୃତ୍ୟୁକୁ ନେଇ  ତାଙ୍କ କୋ-ଷ୍ଟାର ଡାଏନେ ପର୍ସିଂ ନିଶ୍ଚିତ କରିଛି। ଯିଏ କେଭିନ୍‌ଙ୍କ ସହ ବ୍ୟାଟ୍‌ମ୍ୟାନ୍‌ ସିରିଜ୍‌ରେ କାମ କରିଥିଲେ।

ଏହା ବ୍ୟତୀତ ୱାର୍ଣ୍ଣର ବ୍ରୋସ ଦ୍ଵାରା ପ୍ରକାଶିତ ଏକ ବିବୃତ୍ତିରେ ସେ କେଭିନଙ୍କ କୋ-ଷ୍ଟାର ମାର୍କ ହାମିଲ କହିଛନ୍ତି – କେଭିନ ଜଣେ ପରଫେକ୍ଟନିଷ୍ଟ ଥିଲେ। ସେ ଏହି ପୃଥିବୀରେ ମୋର ପ୍ରିୟ ବ୍ୟକ୍ତି ଥିଲେ ଏବଂ ମୁଁ ତାଙ୍କ ସହିତ ଭାଇ ଭଳି କଥା ହେଉଥିଲି । ସେ ତାଙ୍କ ଆଖପାଖର ଲୋକଙ୍କର ଗଭୀର ଭାବରେ ଯତ୍ନ ନେଉଥିଲେ।ସେ ଯାହା କରୁଥିଲେ, ସେଥିରେ ସତ୍ୟ ଥିଲା। ମାର୍କ ହାମିଲଙ୍କ ବ୍ୟତୀତ ବ୍ୟାଟ୍‌ମ୍ୟାନ୍‌: ଆନିମେଟେଡ୍ ସିରିଜ୍ ଲେଖକ ପଲ୍ ଡିନି ସୋସିଆଲ ମିଡିଆରେ ବ୍ୟାଟ୍‌ମ୍ୟାନ୍‌ର ଫଟୋ ସେୟାର କରି କେଭିନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

କହିବାକୁ ଗଲେ କେଭିନ ୮୦ ଦଶକରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ୧୯୯୨ ମସିହାରେ, ସେ ଥିଏଟରରେ ନିଜର ଦକ୍ଷତା ପ୍ରଦର୍ଶିତ କରିବା ପରେ ପ୍ରଥମ ଥର ପାଇଁ ବ୍ୟାଟ୍ସମ୍ୟାନର ଚରିତ୍ରରେ ସ୍ୱର ଦେଇଥିଲେ । ଏହି ସିରିଜ୍ ବହୁତ ପପୁଲାର ହୋଇଥିଲା।  ଆନିମେଟେଡ୍‌ ସିରିଜ୍‌ରେ ତାଙ୍କ ସ୍ୱର ଲକ୍ଷ ଲକ୍ଷ ଲୋକଙ୍କ ଉପରେ ପ୍ରଭାବ ପକାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login