The Ultimate Managed Hosting Platform
ADVERTISEMENT

୬୪୧ ପ୍ରାର୍ଥୀ ନାମାଙ୍କନ ପତ୍ର ଫେରାଇନେଲେ,ଏବେ ମଇଦାନରେ ୬୪୧୧ ଜଣ

Facebook
Twitter
LinkedIn

ଭୁବନେଶ୍ୱର : ପୌର ନିର୍ବାଚନ କସରତ । ୬୪୧ ପ୍ରାର୍ଥୀ ନାମାଙ୍କନ ପତ୍ର ଫେରାଇନେଲେ । ସୂଚନା ଅନୁଯାୟୀ, ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଅନୁସାରେ ଏବେ ମଇଦାନରେ ମୋଟ ୬ ହଜାର ୪ଶହ ୧୧ଜଣ ପ୍ରାର୍ଥୀ ରହିଛନ୍ତି । ଯେଉଁଥିରେ ୫ହଜାର ୮୫୨ କର୍ପୋରେଟର ଓ କାଉନସିଲର ପ୍ରାର୍ଥୀ ରହିଥିବା ବେଳେ , ୫୬୯ ମେୟର ଓ ପୌରାଧ୍ୟକ୍ଷ ପଦବୀ ପାଇଁ ଲଢ଼େଇ କରୁଥିବା ପ୍ରାର୍ଥୀ ମଇଦାନରେ ରହିଛନ୍ତି । ଏନେଇ ସେପଟେ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ମଧ୍ୟ ପ୍ରକାଶ ପାଇଛି ଚୂଡାନ୍ତ ପ୍ରାର୍ଥୀ ତାଲିକା । ଶେଷ ଦିନରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି ୪୪ ଜଣ । ପୂର୍ବରୁ ୮ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ । ମୋଟ ୫୨ ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହର କରିଛନ୍ତି ।

ଭୁବନେଶ୍ୱର ମହାନଗର ନିଗମରେ ପ୍ରାର୍ଥୀ ହେବା ପାଇଁ ୩୯୬ ଟି ଫର୍ମ କିଣାଯାଇଥିଲା। ଜଣେ କଂଗ୍ରେସ ପ୍ରାର୍ଥୀ ଓ ଅନ୍ୟ ୫୧ ଜଣ ସ୍ୱାଧୀନ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ । ବର୍ତ୍ତମାନ ବିଏମସି ନିର୍ବାଚନୀ ମଇଦାନରେ ଅଛନ୍ତି ୨୮୯ ପ୍ରାର୍ଥୀ । ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ସମେତ ୪୭ ଟି ପୌର ପରିଷଦ ଓ ୫୯ଟି ଏନଏସିର ମୋଟ ୧ ହଜାର ୮୯୯ଟି ଓ୍ବାର୍ଡରେ ଆସନ୍ତା ୨୪ ତାରିଖରେ ନିର୍ବାଚନ ହେବ । ଏଥି ପାଇଁ ମୋଟ ୪ ହଜାର ୪୭୫ଟି ବୁଥରେ ପ୍ରାୟ ୪୧ଲକ୍ଷ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login