ଅଷ୍ଟ୍ରଲିଆ : ବାହା ହେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ। ଅଷ୍ଟ୍ରେଲିଆ ଇତିହାସରେ ଏହା ପ୍ରଥମ ଘଟଣା । ପଦବୀରେ ଥାଇ ବିବାହ କରିବାରେ ପ୍ରଥମ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ । ଆନ୍ଥୋନୀ ଆଲବାନିଜ ୬୨ ବର୍ଷ ବୟସରେ ବିବାହ କରିଛନ୍ତି । ତାଙ୍କ ଦୀର୍ଘ ଦିନର ବାନ୍ଧବୀ ୪୫ ବର୍ଷିୟା ଜୋଡି ହେଡନ ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । କାନବେରାର ‘ଦ ଲଜ୍’ ଠାରେ ଆୟୋଜିତ ଏକ ଘରୋଇ ଉତ୍ସବରେ ଏହି ବିବାହ ସମ୍ପନ୍ନ ହୋଇଛି । ତେବେ ଏହି ବାହାଘର ଉତ୍ସବରେ ମାତ୍ର ୨୦ରୁ ୩୦ ଜଣ ଘନିଷ୍ଠ ବନ୍ଧୁ ଓ ପରିବାର ସଦସ୍ୟ ଯୋଗ ଦେଇଥିଲେ । ଜୋଡି ହେଡନ୍ ସିଡନୀର ଡିଜାଇନର୍ ‘ରୋମାନ୍ସ ୱାଜ୍ ବର୍ନ’ ଙ୍କ ଦ୍ୱାରା ପ୍ରସ୍ତୁତ ଧଳା ଗାଉନ୍ ପିନ୍ଧିଥିଲେ। ଆଲବାନିଜ ଏକ ସୁଟ୍ ପିନ୍ଧିଥିଲେ। ପ୍ରଧାନମନ୍ତ୍ରୀଙ୍କ ପୋଷା କୁକୁର ‘ଟୋଟୋ’ ମୁଦି ବାହକ ସାଜି ସମସ୍ତଙ୍କ ମନ ଜିଣି ନେଇଥିଲା । ସୁରକ୍ଷା କାରଣରୁ ବିବାହ ଯୋଜନାକୁ ଗୋପନ ରଖାଯାଇଥିଲା । କୌଣସି ଅନ୍ତର୍ଜାତୀୟ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା । ୨୦୨୦ ମସିହାରେ ଏକ ମେସେଜ୍ ଜରିଆରେ ଉଭୟଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା ।
୬୨ ବର୍ଷ ବୟସରେ ବିବାହ କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











