ଭୁବନେଶ୍ୱର : ୬୦ ବର୍ଷ ହୋଇଥିବା ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ । ଏମବିପିୱାଇ ଓ ଏନଏସଏପିରେ ସୁଭଦ୍ରା ହିତାଧିକାରୀଙ୍କୁ ସାମିଲ କରିବାକୁ ଚିଠି । ଅଧିକ ବୟସ୍କ ଓ ଦୁର୍ବଳ ଲୋକଙ୍କୁ ପ୍ରାଥମିକତା ଦିଆଯିବ । ୬୦ ବର୍ଷ ବୟସ ପାଇଁ ସୁଭଦ୍ରାରୁ ୯୩ ହଜାର ହିତାଧିକାରୀ ବାଦ ପଡିଛନ୍ତି । ରାଜ୍ୟ ସରକାର, ନିଜର ଆର୍ଥିକ କ୍ଷମତା ଏବଂ ବିକାଶର ସୀମା ମଧ୍ୟରେ ତଥା ପର୍ୟ୍ୟାପ୍ତ ସମ୍ବଳ ଆଧାରରେ ଦୁର୍ବଳ ଜନସଂଖ୍ୟାକୁ ସାମାଜିକ ସୁରକ୍ଷା ପେନସନ ସୁନିଶ୍ଚିତ କରାଇବେ। ବୃଦ୍ଧାବସ୍ଥା, ଅକ୍ଷମତା, ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ, ବିଧବାଙ୍କ କ୍ଷେତ୍ରରେ ଏହା ଲାଗୁ ହେବ। ଯଦିଓ ସୁଭଦ୍ରା ଯୋଜନାର ପୂର୍ବତନ ହିତାଧିକାରୀମାନେ ପୂର୍ବରୁ ସରକାରଙ୍କଠାରୁ ଲାଭ ଉଠାଇ ସାରିଛନ୍ତି, କିନ୍ତୁ ଏମବିପିୱାଇ/ଏନଏସଏପି ଏବଂ ଉଭୟ ଅନ୍ତର୍ଗତ ଅପେକ୍ଷାରେ ରହିଥିବା ତାଲିକାଭୁକ୍ତ ଆବେଦନକାରୀ ତଥା ଏପର୍ୟ୍ୟନ୍ତ ଏପରି କୌଣସି ଲାଭ ପାଇ ନଥିବା କିମ୍ବା ସୁଭଦ୍ରା ଯୋଜନାର ପୂର୍ବତନ ହିତାଧିକାରୀଙ୍କ ତୁଳନାରେ ଅଧିକ ବୟସ୍କ/ଅଧିକ ଆବଶ୍ୟକତା ଥିବା ଆଦେନକାରୀଙ୍କୁ ପ୍ରାଥମିକତା ପ୍ରଦାନ କରାଯିବ।
୬୦ ବର୍ଷୀୟା ସୁଭଦ୍ରା ଲାଭାର୍ଥୀଙ୍କ ପେନସନ

Facebook
Twitter
LinkedIn
Facebook
Twitter
LinkedIn
Recent News
ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ
ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...
‘ବଣିକ’ ପଠାଇଥିଲା ପରୀକ୍ଷାର୍ଥୀ ; CB DSP
ଭୁବନେଶ୍ୱର : ବଣିକ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ । ପୋଲିସ ଏସଆଇ ନିଯୁକ୍ତି ଘୋଟାଲା ଲିଙ୍କରେ ରେଡ । ଭୁବନେଶ୍ୱର ସିଆରପି ଛକରେ ଥିବା...
‘ବଣିକ’ ଉପରେ କ୍ରାଇମବ୍ରାଞ୍ଚ ରେଡ
ଭୁବନେଶ୍ୱର : 'ବଣିକ' କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ । ପୋଲିସ ଏସଆଇ ନିଯୁକ୍ତି ଘୋଟାଲା ଲିଙ୍କରେ ରେଡ । ଭୁବନେଶ୍ୱର ସିଆରପି ଛକରେ ଥିବା...
ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ
କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...