ଭୁବନେଶ୍ୱର : ୬୦ ବର୍ଷ ହୋଇଥିବା ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ । ଏମବିପିୱାଇ ଓ ଏନଏସଏପିରେ ସୁଭଦ୍ରା ହିତାଧିକାରୀଙ୍କୁ ସାମିଲ କରିବାକୁ ଚିଠି । ଅଧିକ ବୟସ୍କ ଓ ଦୁର୍ବଳ ଲୋକଙ୍କୁ ପ୍ରାଥମିକତା ଦିଆଯିବ । ୬୦ ବର୍ଷ ବୟସ ପାଇଁ ସୁଭଦ୍ରାରୁ ୯୩ ହଜାର ହିତାଧିକାରୀ ବାଦ ପଡିଛନ୍ତି । ରାଜ୍ୟ ସରକାର, ନିଜର ଆର୍ଥିକ କ୍ଷମତା ଏବଂ ବିକାଶର ସୀମା ମଧ୍ୟରେ ତଥା ପର୍ୟ୍ୟାପ୍ତ ସମ୍ବଳ ଆଧାରରେ ଦୁର୍ବଳ ଜନସଂଖ୍ୟାକୁ ସାମାଜିକ ସୁରକ୍ଷା ପେନସନ ସୁନିଶ୍ଚିତ କରାଇବେ। ବୃଦ୍ଧାବସ୍ଥା, ଅକ୍ଷମତା, ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ, ବିଧବାଙ୍କ କ୍ଷେତ୍ରରେ ଏହା ଲାଗୁ ହେବ। ଯଦିଓ ସୁଭଦ୍ରା ଯୋଜନାର ପୂର୍ବତନ ହିତାଧିକାରୀମାନେ ପୂର୍ବରୁ ସରକାରଙ୍କଠାରୁ ଲାଭ ଉଠାଇ ସାରିଛନ୍ତି, କିନ୍ତୁ ଏମବିପିୱାଇ/ଏନଏସଏପି ଏବଂ ଉଭୟ ଅନ୍ତର୍ଗତ ଅପେକ୍ଷାରେ ରହିଥିବା ତାଲିକାଭୁକ୍ତ ଆବେଦନକାରୀ ତଥା ଏପର୍ୟ୍ୟନ୍ତ ଏପରି କୌଣସି ଲାଭ ପାଇ ନଥିବା କିମ୍ବା ସୁଭଦ୍ରା ଯୋଜନାର ପୂର୍ବତନ ହିତାଧିକାରୀଙ୍କ ତୁଳନାରେ ଅଧିକ ବୟସ୍କ/ଅଧିକ ଆବଶ୍ୟକତା ଥିବା ଆଦେନକାରୀଙ୍କୁ ପ୍ରାଥମିକତା ପ୍ରଦାନ କରାଯିବ।
୬୦ ବର୍ଷୀୟା ସୁଭଦ୍ରା ଲାଭାର୍ଥୀଙ୍କ ପେନସନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











