ଭୁବନେଶ୍ୱର: ରାଜଧାନୀରେ ହୁ ହୁ ଖରା । ଘରୁ ବାହାରିବା ହୋଇପଡୁଛି ଅସମ୍ଭବ । ସକାଳ ହେବା ମାତ୍ରେ ମାଡି ଆସୁଛି ଖରା । ଆଜି ଆଜି ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୩.୮ ଡ଼ିଗ୍ରି ଏବଂ ଆଦ୍ରତା ୪୦% ରେକର୍ଡ କରାଯାଇଛି। ସମ୍ବଲପୁରରେ ତାପମାତ୍ରା ସର୍ବାଧିକ ୪୫.୩ ଡିଗ୍ରି ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଏଣେ ଆହୁରି ୫ ଦିନ ପ୍ରଚଣ୍ଡ ତାତି। ଆସନ୍ତା ୫ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ।
Views: 84