The Ultimate Managed Hosting Platform
ADVERTISEMENT

୫୫ ଦିନରେ ରାୟ : ଦୋଷୀକୁ ୨୫ ବର୍ଷ ଜେଲ

Facebook
Twitter
LinkedIn

ଝାରସୁଗୁଡା : ମାମଲା ରୁଜୁର ମାତ୍ର ୫୫ ଦିନରେ ଆସିଲା ରାୟ । ଦୋଷୀକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ପୋକ୍ସୋ କୋର୍ଟ । ବ୍ରଜରାଜନଗର ଯୈ÷ାନ ନିର୍ଯ୍ୟାତନା ମାମଲାରେ ଦଣ୍ଡାଦେଶ ଶୁଣାଣି ହୋଇଛି । ଦଣ୍ଡାଦେଶ ଦେଲେ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପୋକସୋ ଜଜ୍ ପୂଜା ଷଡ଼ଙ୍ଗୀ। ଅଭିଯୁକ୍ତ ଅଜିତ ନାଗ(୨୫)କୁ ୨୫ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ନ୍ୟାୟାଳୟ।ସୂଚନାରୁ ପ୍ରକାଶ ଯେ, ଗତ ମାର୍ଚ୍ଚ ୨୩ ତାରିଖ ସଂଧ୍ୟା ସମୟରେ ଜଣେ ନାବାଳକକୁ ଅଭିଯୁକ୍ତ ଅଜିତ ନାଗ ନିଜର ମୋଟରସାଇକେଲରେ ବସାଇ ବ୍ରଜରାଜନଗର ଓପିଏମର ପୁରୁଣା ବିଲ୍ଡିଂ ନିକଟରେ ତାଙ୍କ ସହ ଜୋର ଜବରଦସ୍ତ ଅପ୍ରାକୃତିକ ଯୌନ ସଂପର୍କ ଓ ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିଲା। ପୂର୍ବରୁ ମଧ୍ୟ ସେ ଏଭଳି କାଣ୍ଡ ଭିଆଇଥିଲା। ସେ ଏକାଧିକ ନାବାଳକଙ୍କ ସହ ଜୋର ଜବରଦସ୍ତ ଅପ୍ରାକୃତିକ ଯୌନ ସଂପର୍କ ରଖିଆସୁଥିଲା। ଏନେଇ ପୀଡ଼ିତ ନାବାଳକଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ। ଝାରସୁଗୁଡ଼ା ଆରକ୍ଷୀ ଅଧୀକ୍ଷକ ସ୍ମିତ ପରମାରଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ମାର୍ଚ୍ଚ ୨୭ ତାରିଖରେ ଗିରଫ କରିଥିଲା ଏବଂ କୋର୍ଟ ଚାଲାଣ କରିଥିଲା। ଏପ୍ରିଲ ୮ ତାରିଖରେ ପୁଲିସ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login