ନୂଆଦିଲ୍ଲୀ : ପୋର୍ଟ ଅଫ୍ ସ୍ପେନ ଟେଷ୍ଟରେ କୋହଲିଙ୍କ ଶତକ । ୫୦୦ ତମ ମ୍ୟାଚରେ କୋହଲିଙ୍କ ୧୨୧ ରନର ସ୍ମରଣୀୟ ଇନିଂସ । କୋହଲିଙ୍କ ଶତକ ସହ ଜାଡେଜା ଓ ଅଶ୍ୱିନୀଙ୍କ ଅର୍ଦ୍ଧଶତକ । ପ୍ରଥମ ଇନିଂସରେ ଭାରତ ୪୩୮ ରନରେ ଅଲଆଉଟ । ଜବାବରେ ୱେଷ୍ଟଇଣ୍ଡିଜ ୧ ୱିକେଟ ହରାଇ କରିଛି ୮୬ ରନ ।
ସବୁଠୁ ବଡ଼ କଥା ହେଉଛି କୋହଲିଙ୍କ କ୍ୟାରିଅରର ଏହା ୫୦୦ ତମ ଇଣ୍ଟରନ୍ୟାସନାଲ ମୁକାବିଲା। ନିଜର ୫୦୦ତମ ମ୍ୟାଚରେ ରଚିଛନ୍ତି ଇତିହାସ। ନିଜ କ୍ୟାରିଅରର ୫୦୦ତମ ଇଣ୍ଟରନ୍ୟାସନାଲ ମୁକାବିଲାରେ କମାଲ ଦେଖାଇଛନ୍ତି କୋହଲି। ପୋର୍ଟ ଅଫ ସ୍ପେନ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ୮୭ ରନ୍ ବାଡ଼େଇ ନଟ୍ ଆଉଟ ରହିଥିଲେ। କୋହଲିଙ୍କର ଏହି ଶାନଦାର ବ୍ୟାଟିଂରେ ଭାରତ ପ୍ରଥମ ଦିନରେ ହିଁ ୪ଟି ଓ୍ଵିକେଟରେ ୨୮୮ ରନ ବନାଇଛି।ପ୍ରଥମ ଟେଷ୍ଟ୍ ଭଳି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ୱାଲ୍ ଓପନିଂ ଯୋଡି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । କିନ୍ତୁ ଏଥର ବ୍ୟକ୍ତିଗତ ଅର୍ଦ୍ଧଶତକରେ ସୀମିତ ରହିଛନ୍ତି । ଏହି ମ୍ୟାଚ୍ ମଧ୍ୟ ବିରାଟ କୋହଲିଙ୍କ ୫୦୦ ତମ ଅନ୍ତର୍ଜାତୀୟ ମ୍ୟାଚ୍ ମାଇଲଖୁଣ୍ଟ ଛୁଇଁଛି । ନିଜର ୧୧୧ତମ ଟେଷ୍ଟ୍ କୋହଲିଙ୍କ ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ ହୋଇଛି । ବିଶ୍ୱର ଦଶମ ଖେଳାଳି ଭାବେ ଏହି କୃତିତ୍ୱ ଅର୍ଜନ କରିଛନ୍ତି ବିରାଟ । ପୂର୍ବତନ ପାକିସ୍ତାନ ଅଧିନାୟକ ଇଞ୍ଜାମାମ ଉଲ୍ ହକ୍ (୪୯୯)ଙ୍କୁ ଟପି କୋହଲି ଏହି ବିରଳ କ୍ଲବରେ ସାମିଲ ହୋଇଛନ୍ତି ।
୫୦୦ ତମ ମ୍ୟାଚରେ କୋହଲିଙ୍କ ସ୍ମରଣୀୟ ଇନିଂସ, ଭାରତର ସ୍କୋର ୪୩୮
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











