ଭୁବନେଶ୍ୱର : ଆଇଟି ରେଡକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ପ୍ରେସମିଟରେ ଟାର୍ଗେଟ କଲେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର । ଜବତ ୫ ଶହ କୋଟି ଟଙ୍କା କାହାର ପ୍ରଶ୍ନ କଲେ ମନୋଜ । ୫ ଶହ କୋଟି କାହାର ବିଜେଡି ଏହାର ସ୍ପଷ୍ଟୀକରଣ ଦେଉ । ମଦ ବ୍ୟବସାୟୀ କିଭଳି ଏତେ ଟଙ୍କା ରଖିଥିଲେ । ଗୁଇନ୍ଦା, ଭିଜିଲାନ୍ସ , ଅବକାରୀ ବିଭାଗ କରୁଥିଲା କଣ । ମଦ ବ୍ୟବସାୟୀଙ୍କ ସହ ମନ୍ତ୍ରୀଙ୍କ ଫଟୋ ଦେଖାଇ ଟାର୍ଗେଟ କଲେ । ମଦ ବ୍ୟବସାୟୀ ସାହୁ ବ୍ରଦର୍ସଙ୍କ ସହ ମନ୍ତ୍ରୀଙ୍କ ସମ୍ପର୍କ କଣ । ଏହା କଣ ଜନ ବିରୋଧୀ ନୁହେଁ କି ବୋଲି ପ୍ରଶ୍ନ କଲେ ମନୋଜ ।
Views: 116











