କଟକ : ୫ ଟିରେ ସାମିଲ ହୋଇଛି କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ର ଭାଣପୁର ହାଇସ୍କୁଲ । ଏହି ସ୍କୁଲର କାର୍ଯ୍ୟ ଠିକ ଭାବରେ କରାଯାଉଛି କି ନାହିଁ , ସୋମବାର ଦିନ ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ସ୍କୁଲରେ ପହଁଚି କାର୍ଯ୍ୟର ତଦାରଖ କରିଥିଲେ । ଏହା ସହିତ ସ୍କୁଲ ସମ୍ମୁଖରେ ବର୍ଷା ଦିନେ ପାଣି ଜମି ରହୁଥିବାରୁ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପାଣିରେ ପଶି ଶ୍ରେଣୀ ଗୃହକୁ ଯାଉଥିଲେ । ଏହାର ପ୍ରତିକାର ପାଇଁ ସ୍କୁଲ ପରିଚାଳନା କମିଟିର ସଦସ୍ୟ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କର୍ପୋରେଟରଙ୍କ ନିକଟରେ ଦାବି ରଖିଥିଲେ । କର୍ପୋରେଟର ଏହାର ସମାଧାନ ପାଇଁ ମୁକ୍ତା ଯୋଜନାରେ ସାମିଲ କରିଥିଲେ । ବର୍ଷା ଜଳ ନିଷ୍କାସନ ପାଇଁ ଏକ ଡ୍ରେନ ନିର୍ମାଣ କାର୍ୟ୍ୟ ଶେଷ ହୋଇଥିଲା ବେଳେ ୧୯ ଲକ୍ଷ ୫୦ ହଜାର ଟଙ୍କାର ଫେବଡ଼ ବ୍ଲକ ବିଛା ଯିବା ପାଇଁ କାର୍ଯ୍ୟ ଚାଲିଛି । କାମ ଠିକ ଭାବେ କରାଯାଉଛି କି ନାହିଁ ବୁଲି ଦେଖିବା ସହ, ସ୍କୁଲ ପରିଚାଳନା କମିଟିର ସଦସ୍ୟଙ୍କ ସହ କାମ କିପରି ସରିବ ସେନେଇ ଆଲୋଚନା କରିଥିଲେ ।
୫ଟି ସ୍କୁଲର କାର୍ଯ୍ୟ ତଦାରଖ କଲେ କର୍ପୋରେଟର
Facebook
Twitter
LinkedIn
Facebook
Twitter
LinkedIn
Recent News
ଶୀତଦିନେ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ , ହାର୍ଟ ଓ ମସ୍ତଷ୍କ ପାଇଁ ଭଲ
ବ୍ୟୁରୋ : କାଜୁ ବାଦାମର ସ୍ୱାଦ ଏପରି ହୋଇଥାଏ ଯେ ଥରେ ଖାଇବା ଆରମ୍ଭ କରିବା ପରେ ଏହାକୁ ଛାଡିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ...
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ
ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...
ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା
ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...
ଗୃହରେ ପାଣ୍ଡିଆନ ତାତି
ଭୁବନେଶ୍ୱର : ମୁଲତବି ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନ ପ୍ରସଙ୍ଗ । ବିଜେଡି ବିଧାୟକଙ୍କୁ କାଗଜ ବାଘ କହି ତାଚ୍ଛଲ୍ୟ କଲେ ପ୍ରତାପ ଚନ୍ଦ୍ର ନାୟକ...











