କଟକ : ୫ ଟିରେ ସାମିଲ ହୋଇଛି କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ର ଭାଣପୁର ହାଇସ୍କୁଲ । ଏହି ସ୍କୁଲର କାର୍ଯ୍ୟ ଠିକ ଭାବରେ କରାଯାଉଛି କି ନାହିଁ , ସୋମବାର ଦିନ ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ସ୍କୁଲରେ ପହଁଚି କାର୍ଯ୍ୟର ତଦାରଖ କରିଥିଲେ । ଏହା ସହିତ ସ୍କୁଲ ସମ୍ମୁଖରେ ବର୍ଷା ଦିନେ ପାଣି ଜମି ରହୁଥିବାରୁ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପାଣିରେ ପଶି ଶ୍ରେଣୀ ଗୃହକୁ ଯାଉଥିଲେ । ଏହାର ପ୍ରତିକାର ପାଇଁ ସ୍କୁଲ ପରିଚାଳନା କମିଟିର ସଦସ୍ୟ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କର୍ପୋରେଟରଙ୍କ ନିକଟରେ ଦାବି ରଖିଥିଲେ । କର୍ପୋରେଟର ଏହାର ସମାଧାନ ପାଇଁ ମୁକ୍ତା ଯୋଜନାରେ ସାମିଲ କରିଥିଲେ । ବର୍ଷା ଜଳ ନିଷ୍କାସନ ପାଇଁ ଏକ ଡ୍ରେନ ନିର୍ମାଣ କାର୍ୟ୍ୟ ଶେଷ ହୋଇଥିଲା ବେଳେ ୧୯ ଲକ୍ଷ ୫୦ ହଜାର ଟଙ୍କାର ଫେବଡ଼ ବ୍ଲକ ବିଛା ଯିବା ପାଇଁ କାର୍ଯ୍ୟ ଚାଲିଛି । କାମ ଠିକ ଭାବେ କରାଯାଉଛି କି ନାହିଁ ବୁଲି ଦେଖିବା ସହ, ସ୍କୁଲ ପରିଚାଳନା କମିଟିର ସଦସ୍ୟଙ୍କ ସହ କାମ କିପରି ସରିବ ସେନେଇ ଆଲୋଚନା କରିଥିଲେ ।
୫ଟି ସ୍କୁଲର କାର୍ଯ୍ୟ ତଦାରଖ କଲେ କର୍ପୋରେଟର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











