The Ultimate Managed Hosting Platform
ADVERTISEMENT

୪ ମାସ ପରେ ସେୟାର ବଜାରରେ ଖୁସି ଖବର, ସେନସେକ୍ସ ୯ ଶହ ପଏଣ୍ଟ ଉପରେ

Facebook
Twitter
LinkedIn

ଉୁବନେଶ୍ୱର : ସେୟାର ମାର୍କେଟରେ ଲାଗିଲା ୪.୬୩ଲକ୍ଷ କୋଟି ଟଙ୍କାର ବମ୍ପର ଲଟେରୀ । ଆଜି ମାର୍କେଟ ଖୋଲିବା ପରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ୪ ମାସର କ୍ଷତି ପରେ ମାର୍କେଟ୍ ସମ୍ଭାଳିଛି । ବ୍ୟାଙ୍କିଙ୍ଗ ଏବଂ ଆଇଟି କମ୍ପାନୀଗୁଡ଼ିକର ସେୟାରରେ ଭଲ ବୃଦ୍ଧି ଘଟିଥିବା ବେଳେ ବିଦେଶୀ ନିବେଶକମାନେ ମଧ୍ୟ ଭାରତୀୟ ସେୟାର ବଜାରରେ ବହୁ ପରିମାଣରେ ନିବେଶ କରିଛନ୍ତି। ସକାଳ ୧୧:୦୧ ରେ, ସେନସେକ୍ସ ୯୧୯ ପଏଣ୍ଟ ବା ୧.୧୯ ପ୍ରତିଶତ ବୃଦ୍ଧି ପାଇ ୭୭,୮୨୩ ରେ କାରବାର କରୁଥିଲା, ଯେତେବେଳେ କି ନିଫ୍ଟି ୫୦ ସୂଚକାଙ୍କ ମଧ୍ୟରେ ୨୬୪ ପଏଣ୍ଟ ବା ୧.୧୩ ପ୍ରତିଶତ ବୃଦ୍ଧି ପାଇ ୨୩,୬୧୫ ସ୍ତରରେ କାରବାର କରୁଥିଲା । ଷ୍ଟକ୍ ବଜାରରେ ଏହି ବୃଦ୍ଧି କାରଣରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ସମସ୍ତ କମ୍ପାନୀର ମୋଟ କ୍ୟାପିଟାଲାଇଜେସନ ୪.୬୩ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇ ୪୧୭.୯୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିଧାନସଭା ପରମ୍ପରାକୁ ହତ୍ୟା କରାଯାଇଛି-ଭକ୍ତ

ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା : ଅଗଷ୍ଟ ୧୪ରେ ପଦଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ । ଅଗଷ୍ଟ ୧୪...

ADVERTISEMENT
ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଭୁବନେଶ୍ୱର :ଲକ୍ଷପତି ଦିଦି କୋଟିପତି ହେବେ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିନା ସୁଧରେ ୧୦ ଲକ୍ଷ ପ ର୍ଯ୍ୟନ୍ତ ରୁଣ ଯୋଗାଇବାକୁ ସରକାରଙ୍କ ପ୍ରାଥମିକତା...

Login