ନୟାଗଡ : ରିଜର୍ଭ ପୋଲିସର ୪ କର୍ମଚାରୀ ସସପେଣ୍ଡ । ବିଶୃଙ୍ଖଳା ଆଚରଣ ପାଇଁ ନିଲମ୍ବନ କଲେ ଏସପି । ରାସ୍ତାରେ ଉଭୟଙ୍କ ମଧ୍ୟରେ ମାଡପିଟ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ନୟାଗଡ ଏସପି । ସେମାନେ ହେଲେ, ଦିଲ୍ଲୀପ ବେହେରା, ମୁନା ବେହେରା, ସଞ୍ଜୟ ମହାପାତ୍ର, ଦୁର୍ଗା ମାଧବ ଦୋରା । ସମସ୍ତେ ନୟାଗଡ ରିଜର୍ଭ ପୋଲିସର କନେଷ୍ଟବଳ କର୍ମଚାରୀ । ସୂଚନାଅନୁସାରେ, ନୟାଗଡର ତ୍ରିନାଥ ଛକରେ ଜିରୋନାଇଟ ଚାଲିଥିବା ବେଳେ କୌଣସି ଏକ କାରଣକୁ ନେଇ ଦୁଇ ପୋଲିସ ଗୋଷ୍ଠୀଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଏହା ପରବର୍ତ୍ତୀ ସମୟରେ ହାତାହାତି ଯାଇଁ ଯାଇଥିଲା । ଏହାକୁ ନେଇ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ଥାନାରେ ମାମଲା ଦାୟର କରାଯାଇଥିଲା । ତେବେ ବିଶୃଙ୍ଖଳା ଆଚରଣକୁ ନେଇ ଆକ୍ସନ ମୋଡକୁ ଆସିଛନ୍ତି ପୋଲିସ । ୪ ଜଣ ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି ନୟାଗଡ ଏସପି । ପୋଲିସ ବାବୁଙ୍କ ଏଭଳି କାର୍ୟ୍ୟ ନିନ୍ଦିତ ହୋଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏସପି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
୪ ପୋଲିସ ସସପେଣ୍ଡ, ବିଶୃଙ୍ଖଳା ଆଚରଣ ପାଇଁ ନିଲମ୍ବନ କଲେ ଏସପି

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...