ଜଟଣୀ : ଜଟଣୀ ଅନୁପ ବେହେରା ହତ୍ୟା ମାମଲାରେ ୪ ଦାଷୀଙ୍କୁ ଆଜୀବନ । ହାଲୁ ବେହେରା , ମୃଣାଳ ବେହେରା, ଗୋପିନାଥ ବେହେରା ଓ ନାଲୁ ବେହେରାଙ୍କୁ ଆଜୀବନ । ଷଣ୍ଞପୁର ସ୍ଥିତ ଦୋକାନକୁ ଶୋଇବାକୁ ଯିବା ବେଳେ ହତ୍ୟା କରିଥିଲେ । ୨୦୧୭ ହତ୍ୟା ମାମଲାରେ ରାୟ ଶୁଣାଇଲେ ଏଡିଜେ-୨ । ୧୬ ସାକ୍ଷୀଙ୍କ ବୟାନ ଆଧାରରେ ରାୟ ଶୁଣାଇଲେ କୋର୍ଟ । ସୂଚନା ଅନୁସାରେ ଜଟଣୀରେ ୨୦୧୭ ମାର୍ଚ୍ଚ ୨ରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଭଉଣୀକୁ କମେଣ୍ଟ ମାରିବାରୁ ବଡ଼ ଭାଇ ଅନୁପ ବିରୋଧ କରିଥିଲେ । ଏହାକୁ କେନ୍ଦ୍ର କରି ହାଲୁ ବେହେରା, ମୃଣାଲ ବେହେରା, ଗୋପୀନାଥ ବେହେରା ଏବଂ ନାଲୁ ବେହେରା ମାରଣାସ୍ତ୍ର ଓ ଲୁହାରଡରେ ଅନୁପଙ୍କୁ ପିଟିପିଟି ହତ୍ୟା କରିଥିଲେ ।
Views: 20