ଜୟପୁର : ୪ ଦିନ ହେଲାଣି ଏବେ ବି ଫସିଛି ୩ ବର୍ଷର ଶିଶୁ କନ୍ୟା ଚେତନା । ରାଜସ୍ଥାନର ସାରୁନ୍ଦ ଅନ୍ତର୍ଗତ କୋଟପୁତଲିରେ ବୋରୱେଲରେ ଏବେ ବି ଫସିଛି ୩ ବର୍ଷର ଶିଶୁ ଚେତନା। ୪ ଦିନ ପରେ ବି ଉଦ୍ଧାର ହୋଇପାରୁନି ଚେତନା। ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ରେସ୍କ୍ୟୁ ଅପରେସନରେ ସାମିଲ ହୋଇଛନ୍ତି ସ୍ବତନ୍ତ୍ର ଟିମ ବା ରେଟ୍ ମାଇନର । ଗତ ୨୩ ତାରିଖରେ ୭୦୦ ଫୁଟ ଗଭୀର ନଳକୂପରେ ଖସିଯାଇଥିଲା ଚେତନା।ତେବେ ସେ ୧୫୦ ଫୁଟରେ ଲାଗିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଏନଡିଆରଏଫ ଓ ଏସଡିଆରଏଫ ଟିମ ଉଦ୍ଧାର କାର୍ୟ୍ୟ ଚଳାଇଛନ୍ତି। ରେଟ୍ ମାଇନରମାନେ ବିଶେଷ କରି ମେଘାଳୟରେ ବସବାସ କରିଥାନ୍ତି। ସେମାନେ ଅତି କ୍ଷୁଦ୍ର ଗର୍ତ୍ତ ଖୋଳି ଭିତରେ ପଶିବାର କୌଶଳ ହାସଲ କରିଛନ୍ତି। ଗତବର୍ଷ ନଭେମ୍ବରରେ ଉତ୍ତରାଖଣ୍ଡର ସିଲ୍କୟାରା ଟନେଲରେ ଫସିଥିବା ୪୧ ଶ୍ରମିକକୁ ରେଟ୍ ମାଇନର ଟିମ୍ ଉଦ୍ଧାର କରିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଦେଇଥିଲା। ୨୦୧୪ରେ ଏହି ଧରଣର ମାଇନିଂକୁ ମେଘାଳୟ ସରକାର ନିଷିଦ୍ଧ କରିଥିଲେ। ବର୍ତ୍ତମାନ ଚେତନା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ।
୪ ଦିନ ହେଲାଣି ଏବେ ବି ଫସିଛି ୩ ବର୍ଷର ଶିଶୁ କନ୍ୟା ଚେତନା, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...