ଭୁବନେଶ୍ୱର : ଆଜି ବି ଗୃହକାର୍ୟ୍ୟ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ । ପ୍ରଶ୍ନକାଳ ସମ୍ପୂର୍ଣ୍ଣ ଧୋଇଯାଇଛି । ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବି ରଖିଲେ ବାଚସ୍ପତି । ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି । ଦ୍ୱିତୀୟ ପର୍ୟ୍ୟାୟ ବଜେଟ୍ ଅଧିବେଶନ ପ୍ରଥମ ଦିନରେ ଗୃହ ଚଳାଇ ଦେଉ ନାହାନ୍ତି ବିରୋଧୀ ସଦସ୍ୟ । ଆଜି ବି ଚାଲିପାରିଲା ନାହିଁ ଗୃହ । ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ବିରୋଧୀଙ୍କ ହଙ୍ଗାମା କାରଣରୁ ଦିନ ୧୨ଟା ଯାଏଁ ଗୃହକୁ ପ୍ରଥମେ ମୁଲତବୀ ରଖିଥିଲେ ବାଚସ୍ପତି । ଏହା ପରେ ପୁଣି ଗୃହ କାର୍ୟ୍ୟ ଆରମ୍ଭ ହେଉ ହେଉ ହୋହଲ୍ଲା କରିଥିଲେ ବିରୋଧୀ । ଏଣୁ ପୁଣି ଥରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
Views: 17