ଭୁବନେଶ୍ୱର : ଆଜି ୪ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଝଡ ବର୍ଷା ସମ୍ଭାବନା । ଭଦ୍ରକ, ବାଲେଶ୍ୱର , ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ ସତର୍କତା । ବିଜୁଳି ଘଡଘଡି ସହ ଝଡ ପବନ ଓ କୁଆପଥର ବର୍ଷା ସମ୍ଭାବନା ।
ସେପଟେ ଆସନ୍ତା ଦୁଇଦିନ ପର୍ୟ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ। ପ୍ରବଳ ବର୍ଷା ପାଇଁ ଆଜି ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକାଂଶ ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ବର୍ଷା ନେଇ ଆକଳନ କରାଯାଇଛି । ଏହି ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ଝଡ଼ବର୍ଷା ବେଳେ ଘରୁ ନବାହାରିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି । ହିମାଳୟ ପାଦଦେଶରୁ ପଶ୍ଚିମବଙ୍ଗ ଓ ସିକିମ୍ ଦେଇ ଛତିଶଗଡ଼ ଯାଏଁ ଏକ ନିମ୍ନ ଚାପରେଖା ସୃଷ୍ଟି ହୋଇଥିବା ବେଳେ ଓଡ଼ିଶା ଉପକୂଳ ନିକଟରେ ମଧ୍ୟ ଏକ ନିମ୍ନ ଚାପରେଖା ଘୂର୍ଣ୍ଣିବଳୟ ଆକାରରେ ପ୍ରଭାବ ପକାଇଛି।
Views: 169