ପୁରୀ : ଆଜି ଶ୍ରୀଜିଉଙ୍କ ପଇତା ଲାଗି ନୀତି । ଗୁପ୍ତ ନୀତି ଲାଗି ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ । ସନ୍ଧ୍ୟା ୫ଟାରୁ ରାତି ୯ ଟା ଯାଏଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଅଛି। ଆଜି ମାର୍ଗଶୀର କୃଷ୍ଣ ଦଶମୀ ତିଥି । ଏହି ଦିନ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଠାକୁରଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି ସମ୍ପନ୍ନ ହୋଇଥାଏ । ଦାରୁଦିଅଁଙ୍କ ଏହା ଏକ ଗୁପ୍ତ ନୀତି । ଅପରାହ୍ଣରେ ଏହି ନୀତି ସମ୍ପନ୍ନ ହେବ । ମାର୍ଗଶୀର କୃଷ୍ଣ ଦଶମୀ ତିଥି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ପଇତାଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ଗୁପ୍ତାନୀତି ସମାପନ କରାଯିବ । ସେଥିପାଇଁ ୪ ଘଣ୍ଟା ଲାଗି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ଶ୍ରୀଜିଉ ମାନଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ।
Views: 46