ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରୁ ୪ କୋଟି ଟଙ୍କାର ମାରିଜୁଆନା ଜବତ । ଯାତ୍ରୀଙ୍କ ବ୍ୟାଗରୁ ଦାମୀ ନିଶା ମାରିଜୁଆନା ଜବତ କଲା କଷ୍ଟମ ବିଭାଗ । ନୂଆ ବର୍ଷକୁ ଦୃଷ୍ଟିରେ ରଖି ଚାଲାଣ ହେଉଥିବା ସନେ୍ଦହ କରାଯାଉଛି । ସକାଳୁ ସକାଳୁ ବିମାନଯାତ୍ରୀଙ୍କ ବ୍ୟାଗରୁ ଠାବ କରିଛନ୍ତି କଷ୍ଟମସ ଓ ଡିଆର ଆଇ ଅଧିକାରୀ । ଟ୍ରାଭେଲ ବ୍ୟାଗରେ କପଡ଼ା ଭିତରେ ଗୁଡ଼ାଇ ଲୁଚାଇ ନେବା ବେଳେ ଠାବ କରାଯାଇଛି । ଚାରି କେଜିର ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ବଜାର ମୂଲ୍ୟ ୪ କୋଟି ଟଙ୍କାର ହେବ । ଏନେଇ ଜଣେ ବିମାନ ଯାତ୍ରୀଙ୍କୁ ଅଟକ ରଖାଯାଇଛି। ତାଙ୍କ ଘର ଗୁଜୁରାଟର ବୋଲି ସୁଚନା ମିଳିଛି ।
Views: 50











