The Ultimate Managed Hosting Platform
ADVERTISEMENT

୪୩ ଛୁଇଁଲା ସମ୍ବଲପୁର

Facebook
Twitter
LinkedIn

ଭୁବନେଶ୍ୱର : ପଶ୍ଚିମରେ ତାତି , ଉପକୂଳ ଓ ଆଭ୍ୟନ୍ତରରେ ପ୍ରଚଣ୍ଡ ଗୁଳୁଗୁଳି । ଦିନ ସାଢେ ୨ଟାସୁଦ୍ଧା ୪୩ ଡିଗ୍ରୀ ଛୁଇଁଲା ସମ୍ବଲପୁର । ହୀରାକୁଦ ୪୧.୮, ଝାରସୁଗୁଡା ୪୧.୬ , ଭୁବନେଶ୍ୱର ୩୭.୮ ଡିଗ୍ରୀ ।
ପଶ୍ଚିମ ଓଡ଼ିଶାରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବା ସମ୍ଭାବନା ନଥିବା ବେଳେ ବିଭିନ୍ନ ସ୍ଥାନରେ ୪୨ ଡିଗ୍ରୀ କିମ୍ବା ତା ଠାରୁ ଅଧିକ ତାପମାତ୍ରା ରହିବା ସମ୍ଭାବନା ରହିଛି। ସେପଟେ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗର ଏବଂ ନିକୋବର ଦ୍ବିପପୁଞ୍ଜରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ଅନୁକୁଳ ରହିଛି।
ଆସନ୍ତା ୩ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା। ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା ପବନ ଜାରି ରହିବ। ତେଲେଙ୍ଗାନା ଏବଂ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆଉ ଏକ ଘୂର୍ଣ୍ଣିବଳୟ ଦକ୍ଷିଣ-ପୂର୍ବ ଗାଙ୍ଗେୟ ଉପତ୍ୟକା ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ରାଜ୍ୟରେ ଖରାବର୍ଷାର ଲୁଚକାଳି ଖେଳ ଜାରି ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login