The Ultimate Managed Hosting Platform
ADVERTISEMENT

୪୦ଟି ରିଟେକ୍‌ ନେଇଥିଲେ ଅମଜାଦ୍

Facebook
Twitter
LinkedIn

ଅଭିନେତା ଅମଜାଦ ଖାନ ୧୯୯୨ରେ ଏହି ଦୁନିଆକୁ ବିଦାୟ ଦେଇଥିଲେ। ଅମଜାଦଙ୍କ ପିତା ଜୟନ୍ତ ଖାନ ମଧ୍ୟ ବୃତ୍ତିରେ ଜଣେ ଅଭିନେତା ହୋଇଥିବାବେଳେ ତାଙ୍କ ଭାଇ ଇମତିଆଜ ଖାନ ମଧ୍ୟ ଅଭିନୟ କରୁଥିଲେ। ବହୁତ କମ୍ ଲୋକ ଜାଣନ୍ତି ଯେ ଅମଜାଦ ଶିଶୁ କଳାକାର ଭାବରେ ସିନେମାରେ ଡେବ୍ୟୁ କରିଥିଲେ । ଅମଜାଦ ତାଙ୍କର ଦକ୍ଷ ଅଭିନୟ ସହିତ ଦର୍ଶକଙ୍କ ହୃଦୟ ଜିତିଥିଲେ । ଅମଜାଦ ଖାନଙ୍କ ହିଟ୍ କ୍ୟାରିୟରରେ ପରବରୀସ୍‌, ମୁକଦ୍ଦର କା ସିକନ୍ଦର, ଲାୱାରିସ୍, ହିରାଲାଲ- ପନ୍ନାଲାଲ, ଦେଶ ପ୍ରେମୀ, ନାସ୍ତିକ, ସତ୍ତେ ପେ ସତ୍ତା, ଚମେଲି କି ଶାଦୀ, ହମ୍ କିସି ସେ କମ ନେହିଁ, ରକି, ଲଭ ଷ୍ଟୋରୀ, କୁର୍ବାନୀ, ନସିବ, ସୁହାଗ, ରାମ ବଳରାମ ସହ ସୀତା ଔର ଗୀତା ଭଳି ଫିଲ୍ମରେ କାମ କରିଛନ୍ତି।

ଅମଜାଦଙ୍କ ନାମ ଅଳ୍ପ କିଛି କଳାକାରଙ୍କ ମଧ୍ୟରେ ସାମିଲ୍‌ ହୋଇପାରିଛି। ଯେଉଁମାନେ ହିରୋ ଭାବରେ ନୁହେଁ ବରଂ ଭିଲେନ୍ ଭାବରେ ପ୍ରଶଂସକଙ୍କ ହୃଦୟ ଜିତିଥିଲେ । କିନ୍ତୁ ଅମଜାଦ ‘ଶୋଲେ’ ଫିଲ୍ମରେ ଗବର ଭୂମିକାରେ ଅଭିନୟ କରି ରେକର୍ଡ କରିଥିଲେ। କହିବାକୁ ଗଲେ ଗବର ପାଇଁ ପ୍ରଥମ ପସନ୍ଦ ଅମଜାଦ ନୁହଁନ୍ତି ବରଂ ଡାନି ଥିଲେ । କିନ୍ତୁ ସେହି ସମୟରେ ଡାନି ଧର୍ମାତ୍ମା ଫିଲ୍ମର ସୁଟିଂରେ ବ୍ୟସ୍ତ ଥିଲେ। ଏଭଳି ପରିସ୍ଥିତିରେ ସଲିମ ଖାନ ଗବର ପାଇଁ ଅମଜାଦଙ୍କ ନାମ ନେଇଥିଲେ ।

ଶୋଲେ ଫିଲ୍ମରେ ଅମଜାଦ ଯେଉଁଭଳି ଭାବରେ ଗବର ଭୂମିକାରେ ଡାଏଲଗ୍‌ କହିଥିଲେ ଫିଲ୍ମର ନିର୍ଦ୍ଦେଶକ ରମେଶ ସିପିଙ୍କ ସମେତ ସମସ୍ତ ୟୁନିଟ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଥି ସହିତ, କୁହାଯାଇଛି କି ‘କିତନେ ଆଦମୀ ଥେ’ ଡାଏଲଗ୍‌କୁ କହିବା ପାଇଁ ମୋଟ ୪୦ଟି ରିଟେକ ନେଇଥିଲେ। କେବଳ ଏତିକି ହିଁ ନୁହେଁ ତାଙ୍କୁ ଚା’ ପିଇବାକୁ ଖୁବ୍‌ ପସନ୍ଦ। କୁହାଯାଉଛି କି ସେ ଦିନକୁ ୫୦ କପ୍‌ରୁ ଅଧିକ ଚା ପିଉଥିଲେ । ଏଥିପାଇଁ କ୍ୟାଣ୍ଟିନ୍‌ରେ ଥିବା କର୍ମଚାରୀମାନେ ରାଗି ଯାଉଥିଲେ କାରଣ କାରଣ କ୍ଷୀର ସରିଯାଉଥିଲା । ଏଥିପାଇଁ ଥରେ ଆମଜାଦ୍‌ ଚା’ର ଚାହିଦା ପୂରଣ କରିବା ପାଇଁ ସେଟ୍‌ରେ ମଇଁଷିକୁ ଆଣି ବାନ୍ଧି ଦେଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login