କେନ୍ଦୁଝର : ସାପ କାମୁଡାରେ ୩ ଛାତ୍ରଛାତ୍ରୀ ମୃତ୍ୟୁ ଘଟଣାରେ ତଦନ୍ତ ନିଦେ୍ର୍ଦଶ । ତଦନ୍ତ ପାଇଁ ଡିଇଓଙ୍କୁ ନିଦେ୍ର୍ଦଶ ଦେଲେ କେନ୍ଦୁଝର ଜିଲ୍ଲାପାଳ । ୩ ଜଣଙ୍କ ମୃତ୍ୟୁ ପରେ ଅନ୍ୟ ଛାତ୍ରଛାତ୍ରୀ ହଷ୍ଟେଲ ଛାଡିଥିବା ସୂଚନା । ବାରିଆ ଥାନା ନିଶ୍ଚିତପୁରରେ କୋଚିଂ ସେଣ୍ଟରରେ ଅଘଟଣ ହୋଇଥିଲା । କୋଚିଂ ସେଣ୍ଟରରେ ସାପ କାମୁଡାରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ।
ମୃତକଙ୍କ ମଧ୍ୟରେ ୨ ଛାତ୍ରୀ ଓ ଜଣେ ଛାତ୍ର ସୂଚନା । ଅନ୍ୟ ଜଣେ ଗୁରୁତରଙ୍କୁ କଟକ ମେଡିକାଲ ସ୍ଥାନାନ୍ତର । ମୃତ ଛାତ୍ରଛାତ୍ରୀ ତୃତୀୟ ଓ ଚତୁର୍ଥ ଶ୍ରେଣୀର ବୋଲି ଜଣାପଡ଼ିଛି । ଖବର ପାଇ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିଛନ୍ତି । ତେବେ ନିଶ୍ଚିନ୍ତପୁର ଅଞ୍ଚଳରେ ଥିବା ଏକ ପ୍ରାଇଭେଟ କୋଚିଂ ସେଣ୍ଟରରେ ରହୁଥିବା ଏହି ଛାତ୍ରଛାତ୍ରୀ ତଳେ ମଶିଣା ପକାଇ ଶୋଇଥିବାବେଳେ ସାପ କାମୁଡ଼ିଥିବା ଜଣାପଡ଼ିଛି ।
Views: 69