ନୂଆଦିଲ୍ଲୀ: ୩ ରାଜ୍ୟ ଗୁଜରାଟ, ପଶ୍ଚିମବଙ୍ଗ, ଗୋଆରେ ୧୦ ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ଆଜି ନିର୍ବାଚନ କମିସନ ଆଜି ବିଜ୍ଞପ୍ତି ଜାରି କରିଛନ୍ତି। ନିର୍ବାଚନ କମିସନ୍ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ୧୦ଟି ରାଜ୍ୟସଭା ଆସନରେ ସଦସ୍ୟମାନଙ୍କର ଆସନ୍ତା ଜୁଲାଇରୁ ଅଗଷ୍ଟ ମଧ୍ୟରେ ଅବସର ଥିବାରୁ ଉକ୍ତ ଆସନଗୁଡ଼ିକ ଖାଲି ପଡ଼ିବ। ଏହା ପୂର୍ବରୁ ନିର୍ବାଚନ ହେବ। ରାଜ୍ୟସଭା ନିର୍ବାଚନ ପାଇଁ ଜୁଲାଇ ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁଲାଇ ୧୩ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। ଜୁଲାଇ ୧୪ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ଏବଂ ପ୍ରାର୍ଥିତ୍ବ ପ୍ରତ୍ୟାହାରର ଶେଷ ତାରିଖ ଜୁଲାଇ ୧୭। ଜୁଲାଇ ୨୪ରେ ନିର୍ବାଚନ। ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ଭୋଟ୍ ଗ୍ରହଣ ଚାଲିବ। ସେହିଦିନ ହିଁ ନିର୍ବାଚନ ଫଳାଫଳ ଆସିବ। ଉଲ୍ଲେଖଯୋଗ୍ୟ, ଗତବର୍ଷ ଜୁଲାଇରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେପି ୪ ରାଜ୍ୟରେ ୮ଟି ଆସନରେ ଜିତିଥିଲା। ପଶ୍ଚିମବଙ୍ଗରେ ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ହେବ ବୋଲି ନିର୍ବାଚନ କମିସନ୍ ଘୋଷଣା କରିଛନ୍ତି।
୩ ରାଜ୍ୟରେ ଜୁଲାଇ ୨୪ରେ ରାଜ୍ୟସଭା ନିର୍ବାଚନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











