ଭୂବନେଶ୍ୱର : ଆଗାମୀ ୩ ଦିନ ତାତିରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ୧୮ ତାରିଖ ଯାଏଁ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିବ । କିଛି ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ଠାରୁ ୫ ରୁ ୭ ଡିଗ୍ରୀ ଅଧିକ ସମ୍ଭାବନା । ପରବର୍ତ୍ତୀ ସମୟରେ ତାପମାତ୍ରାରେ ପରିବର୍ତ୍ତନ ହେବ । ଟ୍ଵିନସିଟିକୁ ସିଭିଅର ହିଟ୍ େଓ୍ଵଭ୍ ଚେତାବନୀ । କଟକ ଓ ଭୁବନେଶ୍ୱରକୁ ସିଭିୟର ହିଟ୍ େଓ୍ଵଭ୍ ଚେତାବନୀ । ଟ୍ଵିନସିଟର କିଛି ସ୍ଥାନରେ ଭୀଷଣ ଗ୍ରୀଷ୍ମପ୍ରବାହ ଆଶଙ୍କା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ ୧୫ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ କମିବ ପାରଦ। ତାତି ପ୍ରଭାବରେ ୧୮ ତାରିଖ ଯାଏ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ୧୮ ତାରିଖ ଯାଏ କିଛି କିଛି ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୫ରୁ ୭ ଡିଗ୍ରୀ ଅଧିକ ରେକର୍ଡ ହେବା ସମ୍ଭାବନା ରହିଛି।
Views: 80