ନୂଆଦିଲ୍ଲୀ : ପୋଲିସ ଏନକାଉଣ୍ଟରରେ ୩ ଖଲିସ୍ତାନୀ ଆତଙ୍କବାଦୀ ମୃତ । ଉତ୍ତରପ୍ରଦେଶ ପିଲ୍ ଭଇତରେ ପୋଲିସର ମିଳିତ ଏନକାଉଣ୍ଟର । ୟୁପି ଓ ପଞ୍ଜାବ ପୋଲିସର ମିଳିତ ଏନକାଉଣ୍ଟର । ଗୁରୁଦାସପୁରର ଏକ ଥାନା ଉପରେ ହମଲା କରିଥିଲେ ୩ ଆତଙ୍କବାଦୀ । ସେମାନଙ୍କ ନିକଟରୁ ୨ଟି AK-47 ସହ ଅନ୍ୟ ମାରଣାସ୍ତ୍ର ଜବତ ହୋଇଛି। ସୂଚନା ଅନୁଯାୟୀ, ୟୁପି ଓ ପଞ୍ଜାବ ପୋଲିସର ମିଳିତ ଏନକାଉଣ୍ଟରରେ ବଡ଼ ସଫଳତା ମିଳିଛି। ୟୁପି ଓ ପଞ୍ଜାବ ପୁଲିସ ମିଳିତ ଭାବେ ଏହି ଏନ୍କାଉଣ୍ଟର କରିଛି। ପଞ୍ଜାବ ଗୁରୁଦାସପୁର ଥାନା ଉପରେ ଆକ୍ରମଣ କରିଥିଲେ ଏହି ୩ ଆତଙ୍କବାଦୀ। ଗ୍ରେନ୍ଡ୍ ମାଡ କରିବା ସହ ବୋମା ମଧ୍ୟ ଫିଙ୍ଗିଥିଲେ। ଏନ୍କାଉଣ୍ଟରେ ନିହତ ହୋଇଥିବା ତିନି ଆତଙ୍କବାଦୀ ହେଲେ ଗୁରବିନ୍ଦର ସିଂହ, ବୀରେନ୍ଦ୍ର ସିଂହ ଓ ଜସପ୍ରିତ ସିଂହ ।
Views: 28