କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଷ୍ଟେସନରୁ ୩ ଅଚେତ ଛାତ୍ର ଉଦ୍ଧାର , ମେଡିକାଲରେ ଭର୍ତ୍ତି । କାଲି ରାତିରେ ସମ୍ବଲପୁରରୁ ୫ ଛାତ୍ର ଟ୍ରେନ ଯୋଗେ ଫେରିଥିଲେ । କଣ୍ଟାବାଞ୍ଜି ଷ୍ଟେସନରେ ରାତିରେ ସେମାନେ ବିଶ୍ରାମ କରିଥିଲେ । କେହି ଜଣେ ସେମାନଙ୍କୁ ମୃଦ୍ୟୁ ପାନୀୟ ପିଇବାକୁ ଦେଇଥିଲା ।
ଗତ ୪ ତାରିଖ ଦିନ ସମ୍ବଲପୁର ବରାଇପାଲିରେ ଝଝଉ ପରୀକ୍ଷା ଥିଲା। ସେଥିପାଇଁ ବେଳପଡା ଥାନା ଅଞ୍ଚଳର ରେଙ୍ଗାଲି ଗାଁର ବଳରାମ ମେହେର, ସୁବାଷ ମେହେର, ଥୁଡିବାହାଲ ଗାଁର ଆନନ୍ଦ ଭୋଇ, ପାଲେସିରା ଗାଁର ବଲବନ୍ତ କୁଅର ଓ ପଲ୍ଲୀମାଲ ଗାଁର ସିଶୀଳ ମହାନନ୍ଦ ସମସ୍ତେ ପରୀକ୍ଷା ଦେବାକୁ ଯାଇଥିଲେ। ପରୀକ୍ଷା ସାରି ଛାତ୍ରମାନେ ଗତକାଲି ରାତିରେ ଇସ୍ପାତ ଟ୍ରେନ ଯୋଗେ କଣ୍ଟାବାଞ୍ଜିକୁ ଆସିଥିଲେ। ୫ ଜଣ ଛାତ୍ର କଣ୍ଟାବାଞ୍ଜି ଷ୍ଟେସନରେ ଓହ୍ଲାଇ ୱେଟିଙ୍ଗ ହଲରେ ବସିଥିଲେ । ସେହି ସମୟରେ ଜଣେ ଅଚିହ୍ନା ବ୍ୟକ୍ତି ଥଣ୍ଡା ପାନୀୟରେ ନିଶାଦ୍ରବ୍ୟ ମିଶାଇ ସେମାନଙ୍କୁ ପିଇବାକୁ ଦେଇଥିଲା । ସେମାନଙ୍କୁ ମଧ୍ୟରୁ ୪ଜଣ ଥଣ୍ଡା ପିଇଥିବା ବେଳେ ଜଣେ ଛାତ୍ର ପିଇ ନଥିଲେ। ପରେ ସମସ୍ତ ଛାତ୍ର ଶୋଇପଡ଼ିଥିଲେ।
୩ ଅଚେତ ଛାତ୍ର ଉଦ୍ଧାର , ଜଣେ ନିଖୋଜ

Facebook
Twitter
LinkedIn
Facebook
Twitter
LinkedIn
Recent News
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...
ପୀତବାସ ହତ୍ୟା ମାମଲାରେ ବଡ ଅପଡେଟ ; ୫୦ ଜଣଙ୍କୁ ଜେରା
ବ୍ରହ୍ମପୁର : ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ ଅପଡେଟ । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପ୍ରାୟ ୫୦ ଜଣଙ୍କୁ ଜେରା । ଅଦ୍ୟାବିଧି...