The Ultimate Managed Hosting Platform
ADVERTISEMENT

୩୮ ବର୍ଷରେ ପାଦ ଦେଲେ ଅଭିନେତ୍ରୀ ଶ୍ରଦ୍ଧା କପୁର

Facebook
Twitter
LinkedIn

ମୁମ୍ବାଇ : ଶ୍ରଦ୍ଧା କପୁର ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ଫ୍ୟାନ୍ସମାନେ ଅଭିନେତ୍ରୀଙ୍କୁ ତାଙ୍କ ଚୁଲବୁଲି ଅନ୍ଦାଜ ପାଇଁ ବହୁତ ପସନ୍ଦ କରନ୍ତି । ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଶ୍ରଦ୍ଧା କପୁର ଆଜି ନିଜର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି । ଶ୍ରଦ୍ଧାଙ୍କ ସୁନ୍ଦରତା ଯୋଗୁଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଶ୍ରଦ୍ଧା ଜଣେ ଭଲ ଅଭିନେତ୍ରୀ ହେବା ସହ ଜଣେ ଭଲ ଗାୟିକା ମଧ୍ୟ । ତାଙ୍କ ବାପା ଶକ୍ତି କପୁର ମଧ୍ୟ ଜଣେ ଚର୍ଚ୍ଚିତ କଳାକାର । ଖୁବ କମ ବୟସରେ ଶ୍ରଦ୍ଧା ନିଜ ଦମଦାର ଅଭିନୟ ଯୋଗୁଁ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି । ୩ ମାର୍ଚ୍ଚ ୧୯୮୭ ରେ ଶ୍ରଦ୍ଧା ବମ୍ବେରେ ଜନ୍ମଗ୍ରହଣ କରିଥିଲେ । ଯାହା ପରେ ସେ ନିଜ ପାଠପଢା ମଧ୍ୟ ବମ୍ବେରୁ ହିଁ ଆରମ୍ଭ କରିଥିଲେ । ପରେ ହାଇୟର ଷ୍ଟଡି ପାଇଁ ଆମେରିକା ଯାଇଥିଲେ । ପରେ ସେଠାରୁ ଫେରି ନିଜ କ୍ୟାରିୟରକୁ ନେଇ ରଖିଥିବା ଲକ୍ଷ୍ୟକୁ ହାସଲ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଫିଲ୍ମ ‘ତୀନ ପତ୍ତୀ’ରୁ ଶ୍ରଦ୍ଧା ତାଙ୍କ ଅଭିନୟର ଯାତ୍ରା ଆରମ୍ଭ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...

Login