ଭୁବନେଶ୍ୱର: ୩ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର । କ୍ୟାବିନେଟ ନିଷ୍ପତ୍ତି ନେଇ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଦେଇଛନ୍ତି ସୂଚନା । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗର ୩ଟି ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ଲାଭ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ନିଆଯାଇଛି ନିଷ୍ପତ୍ତି । ଓଡିଶା ଷ୍ଟେଟ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ (ଓଏସଡବ୍ଲ୍ୟୁଏଏସ) ର ଉନ୍ନତିକରଣକୁ କ୍ୟାବିନେଟ ଅନୁମୋଦନ ମିଳିଛି । ବିଶ୍ୱ ବିଦ୍ୟାଳୟର ଅଧିକାଂଶ ଭିତ୍ତିଭୂମି ୫ ଦଶନ୍ଧିରୁ ଅଧିକ ହୋଇଥିବାରୁ ଏହାର ଜରୁରୀ ମରାମତି, ନବୀକରଣ ଓ ପୁନଃନିର୍ମାଣ ପାଇଁ ୨୦୨୩-୨୪ ରୁ ୨୦୨୭-୨୮, ପାଞ୍ଚ ବର୍ଷ ପାଇଁ ରାଜ୍ୟ କ୍ୟାବିନେଟ ୪୯୧.୪୧ କୋଟି ଟଙ୍କା ମଞ୍ଜୁରୀ ଦେଇଛନ୍ତି । ଆଦିବାସୀ ଉପଦେଷ୍ଟା ପରିଷଦ (ଟିଏସି) ଦ୍ୱାରା ତା.୧୧.୦୭.୨୦୨୩ ରିଖରେ ଅନୁମୋଦନ କରାଯାଇଥିବା ପ୍ରସ୍ତାବକୁ ଆଧାର କରି ତା. ୧୪.୧୧.୨୦୨୩ ରିଖରେ ଓଡିଶା ଅନୁସୂଚିତ ଅଞ୍ଚଳରେ ସ୍ଥାବର ସମ୍ପତ୍ତି (ଅନୁସୂଚିତ ଜନଜାତି ଦ୍ୱାରା ) ହସ୍ତାନ୍ତର ଆଇନ, ୧୯୫୬ କୁ ସଂଶୋଧନ କରିବା ପାଇଁ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ କରିଥିଲେ।
୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର

Facebook
Twitter
LinkedIn
Facebook
Twitter
LinkedIn
Recent News
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...
ଆଗ୍ରାର ତାଜମହଲରେ ଅଗ୍ନିକାଣ୍ଡ
ୟୁପି : ଉତ୍ତରପ୍ରଦେଶ ଆଗ୍ରାରେ ଥିବା ବିଶ୍ବ ପ୍ରସିଦ୍ଧ ତାଜମହଲର ଦକ୍ଷିଣ ଦ୍ବାରରେ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ୍ କାରଣରୁ ଏପରି ଅଘଟଣ ଘଟିଥିବା ଜଣାପଡିଛି...
ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...