ଜୟପୁର : ୨ ବାଇକ ମୁହାଁମୁହିଁ ଧକ୍କାରେ ଚାଲିଗଲା ୩ ଜଣଙ୍କର ଜୀବନ । ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି । ସଦର ଥାନା ଗାଗନାପୁରରେ ମର୍ମନ୍ତୁଦ ଦୁର୍ଘଟଣା । ୪ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ସମସ୍ତ ମୃତାହତ ସାନମୁଣ୍ଡାପଦର ଓ ଧନୁପୁର ଅଞ୍ଚଳର ସୂଚନା ।
ସୂଚନା ଅନୁସାରେ ବିଳମ୍ବିତ ରାତିରେ ଯାତ୍ରା ଦେଖି ଫେରିବା ବେଳେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଦୁଇଟି ବାଇକ ଥିବା ଯୁବକ ମାନେ ଛିଟିକି ତଳେ ପଡିଯାଇଥିଲେ । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ପୋଲିସ ପହଁଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତର ଖାନାରେ ଭର୍ତ୍ତି କରିଥିଲା । ଏହା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
Views: 85











